ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣା ; ଜେଲରେ ଦୀପକକୁ ଝାଳବୁହା ଜେରା

ଭୁବନେଶ୍ବର : କନଷ୍ଟେବଳ ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ମର୍ଡର କେସ। ଝାରପଡା ଜେଲରେ ମୃତ ଅପର୍ଣ୍ଣାଙ୍କ ସ୍ୱାମୀ ଦୀପକ ରାଉତଙ୍କୁ ପଚରାଉଚରା। ଝାରପଡା ଜେଲରେ ପଚରାଉଚରା କଲା ଖୁଣ୍ଟୁଣୀ ପୋଲିସ। ଆଜି ସକାଳୁ ୩ ଘଣ୍ଟା ଧରି ଦୀପକଙ୍କୁ ଝାଳବୁହା ଜେରା କରିଛି ଖୁଣ୍ଟୁଣୀ ପୋଲିସ। ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ କାହିଁକି ଦେଇଥିଲା ଦୀପକ ସେନେଇ ଦୀପକକୁ ଜେରା କରିଛି ପୋଲିସ। କୋର୍ଟଙ୍କ ନିର୍ଦ୍ଦେଶରେ ଝାରପଡା ଜେଲରେ ୩ଘଣ୍ଟା ଧରି ଦୀପକକୁ ପଚରାଉଚରା କରିଥିଲା ପୋଲିସ। ଜେରା ବେଳେ କିଛି ତଥ୍ୟ ଖୁଣ୍ଟୁଣି ପୋଲିସ ହାତରେ ଲାଗିଛି।
ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ଓ ଦୀପକଙ୍କ ପ୍ରେମ ସମ୍ପର୍କ ମଧ୍ୟରେ ପାଚେରୀ ତିଆରି କରିଥିଲେ ଧରମ ଭଉଣୀ। ସିପି ଅଫିସରେ କାର୍ଯ୍ୟ କରୁଥିବା ଜଣେ ମହିଳା କନଷ୍ଟେବଳ ବାରମ୍ବାର ନିଜକୁ ଦୀପକଙ୍କ ଧରମ ଭଉଣୀ କହିବା ସହ ଧମକାଉଥିଲେ। ଦୀପକଙ୍କ ଠାରୁ ଦୂରେଇ ଯିବାକୁ ପରୋକ୍ଷରେ କହୁଥିଲେ। ଏପରିକି ଅପର୍ଣ୍ଣା RI ଭାବେ ଚାକିରୀ କରିଥିବାରୁ ତାଙ୍କ ନାଁରେ ଏକ ଲୋନ କରି ମାଛ ଚାଷ କରିଥିଲେ ଏହି ଧରମ ଭଉଣୀ ଜଣଙ୍କ। ୨୦୨୨ ମାର୍ଚ୍ଚ ୧୭ ତାରିଖରେ ଏକ ଖୁଣ୍ଟୁଣି ଠାରେ ଏକ ଦୁର୍ଘଟଣାର ଖବର ପାଇଥିଲେ ଅପର୍ଣ୍ଣାଙ୍କ ପରିବାର। କିନ୍ତୁ ଏହା ଦୁର୍ଘଟଣା ନୁହେଁ, ବରଂ ସୁପରିକଳ୍ପିତ ହତ୍ୟା ବୋଲି ପୂର୍ବରୁ ଖୁଣ୍ଟୁଣି ଥାନାରେ ଅଭିଯୋଗ ଆଣିଥିଲେ ଅପର୍ଣ୍ଣାଙ୍କ ଭଉଣୀ। ଯେଉଁ ଅଭିଯୋଗକୁ ଆଧାର କରି ଜେଲ ଭିତରେ ଆଜି ସକାଳୁ ଜେରା କରାଯାଇଥିବା ସୂଚନା ଦେଇଛନ୍ତି ଜେଲ କର୍ତ୍ତୃପକ୍ଷ।