ପରକୀୟ ପ୍ରୀତି ହେଲା କାଳ, ସ୍ତ୍ରୀ ଓ ପ୍ରେମିକକୁ କଟୁରୀରେ ହାଣିଲା ସ୍ଵାମୀ

ଅନୁଗୁଳ: ଅନୁଗୁଳ କଣିହାଁ ଥାନା ଅନ୍ତର୍ଗତ ମସୁଣିହତା ଗାଁରେ ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀ ଓ ତାର ପ୍ରେମିକକୁ କଟୁରୀରେ ଆକ୍ରମଣ କରିଛନ୍ତି ସ୍ଵାମୀ ଓ ଦିଅର। ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାବାଜୀ ନାଏକ ନାମକ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମସୁଣିହତା ଗାଁର ବାବାଜୀ ନାଏକ କାକୁଡିଆ ଗାଁର ବିଭୂତି ନାମକ ବ୍ୟକ୍ତିଙ୍କ ପତ୍ନୀଙ୍କ ସହ ଦୀର୍ଘ ୭ ମାସ ଧରି ଏକାଠି ରହି ଆସୁଥିଲେ। ତେବେ ଗତକାଲି ରାତିରେ କାକୁଡିଆ ଗାଁର ସମ୍ପୃକ୍ତ ମହିଳାଙ୍କ ସ୍ଵାମୀ ବିଭୂତି ଓ ଦିଅର ଭୋଳା ରାତିରେ ବାବାଜୀ ଘରେ ଶୋଇଥିବା ସମୟରେ କଟୁରିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ବାବାଜୀଙ୍କ ମୃତ୍ୟୁ ହୋଇଛି। ପୋଲିସ ମୃତଦେହ ଜବତ କରି ଛାନଭିନ୍ ଜାରି ରଖିଛି।