spot_img

Latest Posts

ସାବିତ୍ରୀ ରାତିରେ ସ୍ୱାମୀ ସାଜିଲା ସୈତାନ ; ଗର୍ଭବତୀ ସ୍ତ୍ରୀକୁ ଛାଡି ମାରିଲା ଚମ୍ପଟ

ମୟୂରଭଞ୍ଜ : ସ୍ବାମୀର ଜୀବନ ପାଇଁ ସାବିତ୍ରୀ ଯମରାଜଙ୍କ ସହିତ ଲଢିଯାଇଥିବା ବେଳେ ଏଠି କିଛି ଓଲଟା ଦେଖିବାକୁ ମିଳିଛି । ସତ୍ୟବାନର ଦୀର୍ଘାୟୁ ଆୟୁ ପାଇଁ ସାବିତ୍ରୀ ଓଷା କରିଥିବା ବେଳେ ସାବିତ୍ରୀକୁ ମରଣ ମୁହଁରେ ଛାଡିଦେଇ ଚାଲିଆସିଲା ସତ୍ୟବାନ । ଆଜ୍ଞା ହଁ  ସାବିତ୍ରୀ ରାତିରେ ସ୍ୱାମୀ ସାଜିଲା ସୈତାନ। ଗର୍ଭବତୀ ସ୍ତ୍ରୀକୁ ରାସ୍ତା ପାଖରେ ଛାଡି ମାରିଲା ଚମ୍ପଟ । ମୟୂରଭଞ୍ଜ ଉଦଳା ଥାନା ଦରିପାଳ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗୁରୁତର ଅବସ୍ଥାରେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମର ମହିଳା।

ବାଲେଶ୍ୱର ଜିଲ୍ଲା ତେନ୍ତୁଳିଆ ଅଞ୍ଚଳର ସୁବ୍ରତ ଦାସ ତାଙ୍କ ୫ ମାସର ଗର୍ଭବତୀ ସ୍ତ୍ରୀ କଳାବତୀ ଦାସକୁ ସାଙ୍ଗରେ ଧରି ଶ୍ୱଶୁର ଘର ଆସୁଥିଲେ। ହେଲେ ଅଧା ରାସ୍ତାରେ ଏକୁଟିଆ ଛାଡି ଫେରାର ହୋଇଯାଇଥିଲା ସ୍ୱାମୀ ସୁବ୍ରତ। ତେବେ ଦୀର୍ଘ ସମୟ ଧରି ଅନ୍ଧାରରେ ରାସ୍ତା ପାର୍ଶ୍ଵରେ କଳାବତୀ ପଡି ରହିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଦରିପାଳ ଗ୍ରାମର ମହିଳା ସୁମିତ୍ରା ନାଏକ ଦେବଦୂତ ସାଜିଥିଲେ । ଏବଂ ତାଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ କଳାବତୀଙ୍କୁ ନିଜ ଘରକୁ ଆଣି ରଖିବା ସହିତ ଆମ୍ବୁଲାନ୍ସକୁ ଡକାଇଥିଲେ । ଆମ୍ବୁଲାନ୍ସରେ ନେଇ ତାଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ରହିଛି । ଅନ୍ୟପଟେ ମହିଳାଙ୍କ ସ୍ୱାମୀକୁ ବହୁ ଖୋଜାଖୋଜି କରି ମେଡିକାଲରେ ପହଞ୍ଚାଇଛନ୍ତି ଗ୍ରାମବାସୀ।

Latest Posts

Don't Miss