ସ୍ତ୍ରୀକୁ ହାଣି ଟିକ୍‌ଟିକ୍‌ କରିଦେଲା ସ୍ବାମୀ, ପାଣି ଟାଙ୍କିରେ ଲୁଚାଇ ରଖିଥିଲା

ବିଳାସପୁର: ଛତିଶଗଡ ବିଳାସପୁରରେ ଜଘନ୍ୟ ହତ୍ୟାକାଣ୍ଡ। ସ୍ତ୍ରୀକୁ ହାଣି ଟିକ୍‌ଟିକ୍‌ କରିଦେଲା ସ୍ବାମୀ। ବିଳାସପୁରର ପଓ୍ବନ ଠାକୁର ନାମକ ଜଣେ ବ୍ୟକ୍ତି ସ୍ତ୍ରୀ ସତୀ ସାହୁଙ୍କୁ  ହାଣି ଖଣ୍ଡଖଣ୍ଡ ପାଣି ଟାଙ୍କିରେ ରଖିଥିଲେ । ମୃତଦେହକୁ ପ୍ରାୟ ୨ ମାସ ପର୍ଯ୍ୟନ୍ତ ପାଣି ଟାଙ୍କିରେ ଲୁଚାଇ ରଖାଯାଇଥିବା ପୋଲିସ ସନ୍ଦେହ କରୁଛି ।

ତେବେ ଦୀର୍ଘ ୨ ମାସ ପରେ ପାଣି ଟାଙ୍କିରୁ ମୃତଦେହ ଠାବ କରିଛି ବିଳାସପୁର ପୋଲିସ। ସ୍ବାମୀ ପଓ୍ବନ ସ୍ତ୍ରୀଙ୍କର ପରକ୍ରିୟା ପ୍ରିତି ଥିବା ସନ୍ଦେହ କରି ହତ୍ୟା କରିଥିବା କୁହାଯାଉଛି।  ପୋଲିସ ଓ ଫରେନସିକ ଏସ୍କ୍ସପର୍ଟ ଟିମ୍‌  ପହଞ୍ଚି ଘଟଣାର ଛାନବିନ କରୁଛି।

ସୂଚନା ଅନୁଯାୟୀ, ନକଲି ଟଙ୍କା କାରବାର ନେଇ ପୱନକୁ ଧରିଥିଲା ପୋଲିସ । ପରେ ଛାନଭିନ୍ ପାଇଁ ତା’ ଘରେ ପହଞ୍ଚିଥିଲା। କିନ୍ତୁ ସେଠାରେ ପହଞ୍ଚିବା ପରେ ଘର ଭିତରୁ ଆସୁଥିଲା ଦୁର୍ଗନ୍ଧ । ଦୁର୍ଗନ୍ଧ ଖୋଜି ଖୋଜି ପୋଲିସ ପାଣି ଟାଙ୍କି ପାଖରେ ପହଞ୍ଚିଥିଲା । ତା’ ପରର ଦୃଶ୍ୟ ଦେଖି ଚକିତ ହୋଇପଡିଥିଲା ପୋଲିସ । କାରଣ ପାଣି ଟାଙ୍କିରେ ଥିଲା ତା’ ପତ୍ନୀର ଖଣ୍ଡବିଖଣ୍ଡିତ ଶରୀର ।