ସ୍ତ୍ରୀ କିଡନୀ ବିକ୍ରି କରିଥିବା ସ୍ବାମୀ ଗିରଫ

ମାଲକାନଗିରି: ସ୍ତ୍ରୀଙ୍କ ଅଜାଣତରେ କିଡନୀ ବିକ୍ରି କରିବା ଘଟଣାରେ ସ୍ବାମୀଙ୍କୁ ଗିରଫ କଲା ପୋଲିସ । ମାଳକାନଗିରିର ଏହି ବହୁ ଚର୍ଚ୍ଚିତ ଅଭିଯୋଗରେ ଆଦର୍ଶ ଥାନା ପୋଲିସ ସ୍ଵାମୀ ପ୍ରଶାନ୍ତ କୁଣ୍ଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଅଭିଯୋଗ ପରେ ପ୍ରଶାନ୍ତ ବେଙ୍ଗାଳୁରୁ ଫେରାର ହୋଇଯାଇଥିଲା । ମାଲକାନଗିରି ପୋଲିସର ଏକ ଟିମ ତାଙ୍କୁ ସେଠାରୁ ଗିରଫ କରିଥିଲା ।
ସୂଚନା ମୁତାବକ, ୧୨ ବର୍ଷ ପୂର୍ବେ ଏମଭି ୩୮ ଗାଁର ପ୍ରଶାନ୍ତ ରଞ୍ଜିତାଙ୍କୁ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ଲେଖାଏଁ ଝିଅ ଓ ପୁଅ ଅଛନ୍ତି । ୨୦୧୮ ମସିହାରେ ରଞ୍ଜିତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଆଣି ପ୍ରଶାନ୍ତ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ । ରକ୍ତ ପରୀକ୍ଷା ବାହାନାରେ ଗୋଟିଏ କିଡନୀ ପ୍ରଶାନ୍ତ ବିକ୍ରି କରି ଦେଇଥିବା ରଞ୍ଜିତା ଅଭିଯୋଗ କରିଥିଲେ ।