ଖଲିସ୍ତାନୀ ଅମୃତପାଲ ସିଂହ ହେବ କାବୁ, ଜୋରଦାର୍ ଚାଲିଛି ସର୍ଚ୍ଚ ଅପରେସନ୍

ଚଣ୍ଡିଗଡ଼: ଖଲିସ୍ତାନୀ ଅମୃତପାଲ ସିଂହଙ୍କୁ ଏଯାଏଁ ପଞ୍ଜାବ ପୋଲିସ କାବୁ କରିବାରେ ସକ୍ଷମ ହୋଇପାରିନାହିଁ । ମାର୍ଚ୍ଚ ୧୮ରୁ ପୋଲିସ ଟ୍ରାକ୍ କରୁଥିବା ବେଳେ ତାକୁ ଧରିପାରିନାହିଁ । ଏହାମଧ୍ୟରେ ରାଜ୍ୟ ସରକାର ଅମୃତପାଲ ମାମଲାରେ ସମ୍ପୃକ୍ତି ନେଇ ୮ ଅଧିକାରୀଙ୍କୁ ବଦଳି କରିଛନ୍ତି । ହେଲେ ଏବେ ଖବର ଆସୁଛି ଅମୃତପାଲ ହୋସିୟାରପୁର ଜିଲ୍ଲାରେ ଅଛି । ସେ ନିଜ ସାଥି ପପଲପ୍ରୀତ ସିଂହ ସହ ଛପି ରହିଛି ।

ଖବରକୁ ନଜର ରଖି ଯବାନ ମାନେ ବିବି ପଣ୍ଡୋରି ଗାଁରେ ତଲାସୀ ଜାରି ରଖିଛନ୍ତି ।  ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହୋସିୟାରପୁରର ଏସଏସପି ଓ ଏଡିଜିପି ଗାଁରେ ପହଞ୍ଚି ପ୍ରତି ଘରେ ଘରେ ଯାଞ୍ଚ କରୁଛନ୍ତି ।

ସୂଚନାଯୋଗ୍ୟ, ଅମୃତପାଲ ମାମଲାରେ ସମ୍ପୃକ୍ତି ନେଇ ରାଜ୍ୟ ସରକାର ୮ ଅଧିକାରୀଙ୍କୁ ବଦଳି କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଏସଏସପି ସ୍ୱର୍ଣ୍ଣଦୀପ ସିଂହ, ବତ୍ସଳ ଗୁପ୍ତାଙ୍କ ଭଳି ବଡ଼ ଅଧିକାରୀ ।