spot_img

Latest Posts

ଲକଡାଉନ୍ ନିୟମ ଭାଙ୍ଗି ନମାଜ ପଢ଼ିବା ପାଇଁ ମସଜିଦରେ ଏକାଠି ହେଲେ ଶତାଧିକ ଲୋକ

ମୁର୍ଶିଦାବାଦ: କରୋନା ଭାଇରସର ଭୟାବହତାକୁ କମ କରିବା ପାଇଁ ମାର୍ଚ୍ଚ ୨୫ରୁ ଦେଶରେ ଲକଡାଉନ ଜାରି କରାଗଲା । କିନ୍ତୁ ଏତି ମଧ୍ୟରେ ଲତଡାଉନ ନିଅମକୁ ନମାନିବାର ଅନେକ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ଅନେକ ଲୋକ ଲକଡାଉନକୁ ନମାନି ଏବଂ ସାମାଜିକ ଦୂରତାକୁ ବେଖାତିର କରି ଏକ ମସଜିଦକୁ ନମାଜ ପଢ଼ିବା ପାଇଁ  ଭିଡ଼ ଜମାଇଥିଲେ ।

ପଶ୍ଚିମବଙ୍ଗର ମୁର୍ସିଦାବାଦର ମସଜିଦକୁ ଯେଉଁ ଲୋକମାନେ ପହଞ୍ଚିଥିଲେ ସେମାନଙ୍କ ମଧ୍ୟରୁ ଅନେକ ଲୋକ ମୁହଁରେ ମାସ୍କ ଲଗାଇ ନଥିଲେ । ଉପସ୍ଥିତ ଲୋକମାନେ ପରସ୍ପର ମଧ୍ୟରେ ଦୂରତା ମଧ୍ୟ ରକ୍ଷା କରୁନଥିଲେ । ପୋଲିସ ଯେତେବେଳେ ସେହି ସ୍ଥାନରେ ପହଞ୍ଚି ମସଜିଜ ଖାଲି କରିବାକୁ କହିଲେ ସେମାନେ ସେହି ସ୍ଥାନକୁ ଖାଲି କରିଦେଇଥିଲେ । ମୁର୍ସିଦାବାଦ ପଶ୍ଚିମବଙ୍ଗର ଏକ ସଂଖ୍ୟାଲଘୁ ପ୍ରାଧାନ୍ୟ ଜିଲ୍ଲା ଅଟେ। ଶୁକ୍ରବାର ଗୋପିପୁର ମସଜିଦରେ ପ୍ରାର୍ଥନା କରିବା ପାଇଁ ଲୋକମାନେ ଏକତ୍ରିତ ହୋଇଥିଲେ |

ଯେତେବେଳେ ଜଣେ ଅଧିକାରୀ ମସଜିଦରେ ଲୋକଙ୍କ ସମାବେଶ ବିଷୟରେ ଜାଣିବାକୁ ପାଇଲେ, ସେମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଲକଡାଉନ୍ ଅନୁସରଣ କରିବାକୁ ମସଜିଦର ଇମାମ ତସଲିମ୍ ରାଜାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଭବିଷ୍ୟତରେ ଲକଡାଉନ ଉଲ୍ଲଂଘନ ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଅଧିକାରୀ ଇମାମ ତସଲିମ୍ ରାଜାଙ୍କୁ ଚେତାବନୀ ଦେଇଛନ୍ତି। ଜଣାଇ ରଖୁଛୁ ଯେ, ପଶ୍ଚିମବଙ୍ଗର ୧୧୬ ରୁ ଅଧିକ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ନିଶ୍ଚିତ ହୋଇଛି।

ଏଥି ସହିତ, ଦିଲ୍ଲୀର ନିଜାମୁଦ୍ଦିନର ତବଲିଗୀ ଜମାତର ମାରକଜର ଧାର୍ମିକ କାର୍ଯ୍ୟକ୍ରମ ସହ ଲୋକଙ୍କ ସମାବେଶ ହେତୁ ଅନେକ ଲୋକ ଭାରତରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ।

ତାବଲିଗୀ ଜାମାତର  କାର୍ଯ୍ୟକ୍ରମରେ ବହୁ ବିଦେଶୀ ନାଗରିକ ମଧ୍ୟ ଭାଗ ନେଇଥିଲେ। ଦେଶରେ କରୋନା ସଂକ୍ରମଣର ବୃଦ୍ଧି ପଛରେ କେନ୍ଦ୍ର ସରକାର ତବଲିଗିର କାର୍ଯ୍ୟକ୍ରମକୁ ମୁଖ୍ୟ କାରଣ ବୋଲି ଦର୍ଶାଇଥିଲେ ।

https://www.facebook.com/nandighoshatv/videos/610887222884582/

Latest Posts

Don't Miss