spot_img

Latest Posts

ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ୧୦ ମିଟରର ଘାଇ, ବୁଡ଼ିଲା ଶହ ଶହ ହେକ୍ଟର ଚାଷ ଜମି

କଳାହାଣ୍ଡି: ବାରମ୍ବାର ଅଭିଯୋଗ ପରେ ମଧ୍ୟ ହୋଇ ପାରିଲା ନାହିଁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ମରାମତି। ମରାମତି ପାଇଁ କହିଥିଲେ ମଧ୍ୟ ନିଦାବିଷ୍ଣୁ ସାଜିଥିଲା ସ୍ଥାନୀୟ ପ୍ରଶାସନ। ଯାହାର ପରିଣାମ ଏବେ ନିରୀହ ଚାଷୀଙ୍କୁ ଭୋଗିବାକୁପଡ଼ିଛି। ବିନା ବର୍ଷାରେ ହେକ୍ଟର ହେକ୍ଟର ଚାଷ ଜମି ହୋଇଛି ଜଳମଗ୍ନ।

କାରଣ କଳାହାଣ୍ଡି ଜିଲ୍ଲା କଲମପୁର ପାଜେନ ନିକଟରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ବମବନ୍ଧରେ ସୃଷ୍ଟି ହୋଇଛି ୧୦ ମିଟର ଘାଇ। ଫଳରେ ଜଳମଗ୍ନ ହୋଇ ପଡ଼ିଛି ଶହ ଶହ ହେକ୍ଟର ଚାଷ ଜମି। ବନ୍ଧ ଦୁର୍ବଳ ହୋଇପଡ଼ିଥିବା କାରଣରୁ ଏଭଳି ଘାଇ ସୃଷ୍ଟି ହୋଇଛି।

ଘଟଣାସ୍ଥଳରେ SDO ପ୍ରଣୟ ପ୍ରଧାନ ଏବଂ ଆସିଷ୍ଟାଣ୍ଟ ଇଞ୍ଜିନିୟର ପ୍ରତାପ ବେହେରା ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏହି କେନାଲ ମରାମତି ପାଇଁ ଦୁଇ ଦୁଇ ଥର ଟେଣ୍ଡର ବାତିଲ ହେଲା ପରେ ଏବେ ସାନି ଟେଣ୍ଡର ହୋଇ ଏକ ଘରୋଇ କମ୍ପାନୀ କାମ ପାଇଛି। ଚାଷ ସରିବା ପରେ କାମ ଆରମ୍ଭ ହେବ ବୋଲି ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଯନ୍ତ୍ରୀ କହିଛନ୍ତି। ସୂଚନା ମୁତାବକ, ଚଳିତ ବର୍ଷର ବର୍ଷା ଯିବା ପରେ କେନାଲରେ ପାଣି ଭର୍ତ୍ତି ହୋଇ ଥିଲା। ତେବେ ବନ୍ଧ ଦୁର୍ବଳ କାରଣରୁ ହଠାତ ଘାଇ ସୃଷ୍ଟି ହୋଇଥିଲା।

Latest Posts

Don't Miss