ନନ୍ଦିଘୋଷ ବ୍ୟୁରୋ; ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶହ ଶହ ଚାଷୀ । ଏଗ୍ରି ଷ୍ଟାକ୍ ନିୟମ ବାତିଲ କରିବାକୁ ଦାବି ହୋଇଛି।ଏହାସହ ଭାଗଚାଷୀଙ୍କ ସମେତ ମନ୍ଦିର ଜମି ଚାଷ କରୁଥିବା ସମସ୍ତ ଚାଷୀଙ୍କ ନାମ ପଞ୍ଜିକରଣ କରି ସରକାରୀ ଦରରେ ଧାନ କିଣିବା ଏବଂ ତୁରନ୍ତ ସେଟେଲମେଣ୍ଟ କ୍ୟାମ୍ପ କରିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ। ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ବିକ୍ଷୋଭ କରିଛନ୍ତି। ଏଗ୍ରିଷ୍ଟାକ୍ ନିୟମ ଲାଗୁ ହେବା ପରେ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ଜାଣି ଶୁଣି ଚାଷୀଙ୍କୁ ହଇରାଣ କରିବା ପାଇଁ ଏହି ନିୟମ ଲାଗୁ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଏହି ନିୟମକୁ ବାତିଲ ନକଲେ, ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ।

