spot_img

Latest Posts

ଆହୁରୀ ତୀବ୍ର ହେବ ଆନ୍ଦୋଳନ: ହରିୟାଣା ଓ ପଞ୍ଜାବରୁ ଆସୁଛନ୍ତି ଶହ ଶହ ଚାଷୀ

ନୂଆଦିଲ୍ଲୀ: ପ୍ରଶାସନର ନାଲିଆଖି ଓ ପୋଲିସର ଜୁଲମ୍ ସତ୍ତ୍ୱେ ଜାରି ରହିଛି ଅନ୍ନଦାତାଙ୍କ ଆନ୍ଦୋଳନ। ସିଂଘୁ ଓ ଗାଜିପୁର ସୀମାରେ ଚାଷୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହରିୟାଣା ଓ ପଞ୍ଜାବରୁ ଶହ ଶହ ଚାଷୀ ଆନ୍ଦୋଳନରେ ସାମିଲ ହେବା ପାଇଁ ଆସୁଛନ୍ତି। ଗତକାଲି ମୁଜାଫରନଗରର ମହାପଞ୍ଚାୟତରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଚାଷୀ ଆନ୍ଦୋଳନକୁ ତୀବ୍ରତର କରିବାକୁ ପଦକ୍ଷେପ ନିଆଯିବ।

ଆଜି ମୁଜାଫରନଗର ଓ ପଶ୍ଚିମ ଉତ୍ତରପ୍ରଦେଶର ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ନିଷ୍ପତ୍ତି ନିଆଯିବ ସହ ସରକାରଙ୍କ ସହ ଆଲୋଚନା ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି ଚାଷୀନେତା କହିଛନ୍ତି। ସେପଟେ ଅନ୍ନଦାତା ଆନ୍ଦୋଳନରୁ ସ୍ଥଳରୁ ଘଉଡ଼ାଇବା ପାଇଁ ଯୋଜନା ହୋଇଛି।

ସୀମାରେ ବିପୁଳ ପୋଲିସ ଫୋର୍ସ ମୁତୟନ ସହ ସ୍ଥିତି ଉପରେ ନଜର ରଖାଯାଇଛି। ତେବେ ଚାଷୀଙ୍କ ଆନ୍ଦୋଳନକୁ ବିରୋଧୀଙ୍କ ସହଯୋଗ ବଳ ଯୋଗାଇଛି। ସେହିପରି ଆରଏଲ୍‌ଡି ନେତା ଜୟନ୍ତ ଚୌଧୁରୀ ଓ ଆମ୍ ଆଦମୀ ପାର୍ଟି ସାଂସଦ ସଂଜୟ ସିଂହ ମଧ୍ୟ ଆନ୍ଦୋଳନକାରୀ ଚାଷୀଙ୍କ ସମର୍ଥନ କରିବାକୁ ଘୋଷଣା କରିଛନ୍ତି।

Latest Posts

Don't Miss