spot_img

Latest Posts

ଶହେ ଉପରେ ଶିଶୁ ମାନଙ୍କର ରହୁଛି ଦୈନିକ ସଂକ୍ରମଣ, ଚିକିତ୍ସା ପାଇଁ ପ୍ରସ୍ତୁତ ରହିଛି ୩ ହଜାର ବେଡ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି କମୁଛି। କରୋନା ସଂକ୍ରମଣରେ ଆକ୍ରାନ୍ତ ଶିଶୁ ମାନଙ୍କର ଗଣନା ଏବେ ରାଜ୍ୟ କରାଯାଉଛି।  ରାଜ୍ୟରେ ଦୈନିକ ୧୦୦ ଉପରେ ରହୁଛି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରଥମ ଓ ଦ୍ୱିତୀୟ ଲହରରେ ମଧ୍ୟ ଶିଶୁ ସଂକ୍ରମଣ ଏଭଳି ସଂଖ୍ୟାରେ ରହୁଥିଲା। ତେବେ ଶିଶୁ ମାନଙ୍କର ସଂକ୍ରମଣକୁ ଦୃଷ୍ଟରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରିକ୍ୱେସନ ନିଆଯାଉଛି ବୋଲି କହିଛନ୍ତି ଡାକ୍ତର ବିଜୟ ମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଆନ୍ତର୍ଜାତିକ ଓ ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହି କହୁଛନ୍ତି, ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହେବେ। ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ପିକ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଜେନେରାଲ ବେଡ଼, ଆଇସିୟୁ ବେଡ଼, ଏଚଡିୟୁ ବେଡ଼, ଭେଣ୍ଟିଲେଟର ପର୍ଯ୍ୟାପ୍ତ ପରିମାଣରେ ରଖାଯାଇଛି।

ସେପଟେ ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ, ସବ୍‌ ଡିଭିଜନାଲ ହସ୍ପିଟାଲ, ସିଏଚସି ଗୁଡ଼ିକରେ ଶିଶୁଙ୍କ ଲାଗି ସ୍ୱତନ୍ତ୍ର ବେଡ଼ ବ୍ୟବସ୍ଥା ହୋଇଛି। ସମ୍ଭାବ୍ୟ ଶିଶୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ୩ ହଜାର ବେଡ଼ ବ୍ୟବସ୍ଥା କରାଯାଇଛି। ତାଛଡ଼ା ଆହୁରି ବେଡ଼ ସଂଖ୍ୟା ବଢାଇବାକୁ ପ୍ରୟାସ ଜାରି ରହିଛି। ଯଦି ଆବଶ୍ୟକ ହୁଏ, ସ୍ୱତନ୍ତ୍ର ଶିଶୁ କୋଭିଡ ହସ୍ପିଟାଲ କରାଯିବ। କୋଭିଡ ହସ୍ପିଟାଲଗୁଡ଼ିକରେ ମଧ୍ୟ ଶିଶୁଙ୍କ ଲାଗି ବେଡ଼ ସରଂକ୍ଷଣ କରାଯାଇଛି। ବର୍ତ୍ତମାନ ସ୍ଥିତିରେ କେହି ଆତଙ୍କିତ ହେବା ଅନୁଚିତ। ସରକାର ପ୍ରତିଦିନ ମନିଟରିଂ କରୁଛନ୍ତି ଏବଂ ସଠିକ ସମୟରେ ପଦକ୍ଷେପ ନେବେ ବୋଲି କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି।

Latest Posts

Don't Miss