ଦାୟିତ୍ୱ ତୁଲାଇ ପାରୁନି ଡ଼ାକ ବିଭାଗ, ପୋଲ ତଳେ ପଡ଼ିଛି ଶତାଧିକ ଆଧାର କାର୍ଡ ଓ ପୋଷ୍ଟାଲ କାଗଜପତ୍ର

ଦେବଗଡ଼: ଅଦରକାରୀ ଭାବେ ପୋଲ ତଳେ ପଡିଛି ଶତାଧିକ ଆଧାର କାର୍ଡ ଓ ପୋଷ୍ଟାଲ କାଗଜପତ୍ର । ଦେବଗଡ଼ ଓ ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଥିବା ଆମ୍ବଗାଁ ପୋଲ ତଳେ ପଡ଼ିଥିବା ଦେଖିବାକୁ ମିଳିଛି । ଆମ୍ବଗାଁ ଲୋକେ ଏହି କାଗଜପତ୍ରକୁ ଉଦ୍ଧାର କରିଥିବା ବେଳେ ଏହା ବଣାଇ ଅନ୍ତର୍ଗତ ବଡଗୋଗୁଆ ଗ୍ରାମବାସୀଙ୍କ ବୋଲି ଜଣାପଡ଼ିଛି । ଏହି ସବୁ କାଗଜପତ୍ର ବଡଗୋଗୁଆ ପୋଷ୍ଟ ଅଫିସ୍ କୁ ଆସିଥିବା ବେଳେ କର୍ମଚାରୀଙ୍କ ବେପରୁଆ ମନୋଭାବ ପାଇଁ ଏହା ଅଦକାରୀ ଭାବେ ପଡିଥିବା ସନ୍ଦେହ କରାଯାଉଛି । ଏହି ଡକ୍ୟୁମେଣ୍ଟରେ ଆଧାର କାର୍ଡ, ପାନ୍ କାର୍ଡ, ଏଲ୍ ଆଇ ସି ପଲିସି, ପ୍ରଭୃତି ରହିଛି । ଅନ୍ୟପଟେ ବାଇକରେ ଯିବା ବେଳେ ଭୁଲବଶତଃ ଏହି କାଗଜପତ୍ର ଖସିପଡ଼ିଛି ବୋଲି ପୋଷ୍ଟାଲ କର୍ମଚାରୀ ରଜତକାନ୍ତ ସାମଲ ସଫେଇ ଦେଇଛନ୍ତି । ସେପଟେ ବଣାଇଁ ଅଞ୍ଚଳର ପୋଷ୍ଟାଲ କାଗଜପତ୍ର ଅନ୍ୟ ଏକ ଜିଲ୍ଲାକୁ ଗଲା କିପରି ତାହାର ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ ।

Leave a Reply