ଲଘୁଚାପଜନିତ ଲଗାଣ ବର୍ଷା ଉଜାଡ଼ି ଦେଲା ହେକ୍ଟର ହେକ୍ଟର ଫସଲ

Hundred Hectre Of Crops Affected By Heavy Rain In Puri And Karanjia

କୋଣାର୍କ/କରଞ୍ଜିଆ: ଫସଲ ଅମଳ ସମୟରେ ଆସିଲା ଅକାଳ ଚଡ଼କ । ଲଘୁଚାପଜନିତ ଲଗାଣ ବର୍ଷାରେ ଧୋଇଗଲା ହଜାର ହଜାର ହେକ୍ଟର ଜମିରେ ହୋଇଥିବା ଧାନ ସମେତ ପନିପରିବା ଫସଲ । କୋବି, ବାଇଗଣ, କଲରା, ଜହ୍ନି, ଭେଣ୍ଡି, ଲଙ୍କା, ବିନ୍ସ, ଅମୃତଭଣ୍ଡା ଆଦି ଫସଲ କ୍ଷତିଗ୍ରସ୍ତ ହୋଇଛି । ବର୍ଷକର ଜୀବିକା ବୁଡ଼ିଯିବା ପରେ ମୁଣ୍ଡରେ ହାତଦେଇ ବସିଛନ୍ତି କୋଣାର୍କ ଓ କରଞ୍ଜିଆ ଅଞ୍ଚଳର ଚାଷୀ ।

Hundred Hectre Of Crops Affected By Heavy Rain In Puri And Karanjia

ଲଗାଣ ବର୍ଷା ଧୋଇଦେଲା ବର୍ଷକର ଜୀବିକା । ପୁରୀ ନିମାପଡ଼ା କୃଷି ଜିଲ୍ଲା ଅନ୍ତର୍ଗତ ବଳଙ୍ଗାରେ ବ୍ୟାପକ ପରିବା ଚାଷ ନଷ୍ଟ ହୋଇଛି । ପୁରୀ ଜିଲ୍ଲା ସମେତ ଅନ୍ୟାନ୍ୟ ସ୍ଥାନକୁ ପରିବା ଯୋଗାଉଥିବା ଏହି ଅଞ୍ଚଳରେ ଧାନ ଓ ପନିପରିବା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । କେବଳ ବଳଙ୍ଗାରେ ୩ ହଜାରରୁ ଅଧିକ ହେକ୍ଟର ଜମିରେ ପରିବା ଚାଷ ହୋଇଥାଏ । ମାତ୍ର ବର୍ଷା ଜଳ ଜମି ରହିବାରୁ କୋବି, ବାଇଗଣ, କଲରା, ଜହ୍ନି, ଭେଣ୍ଡି, ଲଙ୍କା, ବିନ୍ସ, ଅମୃତଭଣ୍ଡା ଆଦି କ୍ଷତିଗ୍ରସ୍ତ ହୋଇଛି । ପରିବା ଚାଷ କରି ଜୀବିକା ନିର୍ବାହ କରୁଥିବା ହଜାର ହଜାର ଚାଷୀ ଏବେ ଚିନ୍ତାରେଯ । ନିମାପଡ଼ା ବ୍ଲକରେ ୨୦୫୦ ହେକ୍ଟର ପରିବା ଚାଷ ପ୍ରଭାବିତ ହୋଇଛି । ବର୍ଷା କମିବା ପରେ ପରିସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି ନିମାପଡ଼ା କୃଷି ଅଧିକାରୀ ।

Hundred Hectre Of Crops Affected By Heavy Rain In Puri And Karanjia

ସେପଟେ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ କରଞ୍ଜିଆ ଅଞ୍ଚଳରେ ବି ସମାନ ଅବସ୍ଥା । କିଛି ଦିନ ପରେ ଅମଳ ହେବାକୁ ଥିବା ଧାନ ଏବେ ବିଲରେ ସଢୁଛି । ପାଗ ନ ଶୁଖିଲେ ଚାଷୀ କେମିତି ଧାନ ଖଳା ପ୍ରସ୍ତୁତ କରିବେ ତାହାକୁ ନେଇ ବଢିଛି ଚିନ୍ତା । ଚଳିତ ଖରିଫ ଋତୁରେ ନିଅଣ୍ଟିଆ ବର୍ଷା ସତ୍ତ୍ୱେ ଧାନ ଚାଷ କରି ଜୀବିକା ଅର୍ଜନ ଲକ୍ଷ୍ୟ ରଖିଥିଲେ ଚାଷୀ । ଧାନ ଅମଳ ହେଲେ ନୂଆ ଖାଇବା ଲାଗି ଲୋକଙ୍କ ଭିତରେ ଆଶା ରହିଛି । ହେଲେ ଆଶାକୁ ଫିକା କରି ଦେଇଛି ବର୍ଷା । ପୁଣି ଲଘୁଚାପ ହେଲେ ସବୁକିଛି ନଷ୍ଟ ହୋଇଯିବ ବୋଲି କହିଛନ୍ତି ଚାଷୀ ।

Leave a Reply