ଉପନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
1 min read
ଝାରସୁଗୁଡ଼ା: ଉପନିର୍ବାଚନ ପୂର୍ବରୁ ଝାରସୁଗୁଡ଼ାରେ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି । ବିରୋଧୀ ଦଳକୁ ମୁହଁମୋଡ଼ି ବିଜେଡିରେ ସାମିଲ ହେଉଛନ୍ତି ବିଭିନ୍ନ ଦଳର ନେତା ଓ କର୍ମୀ । ଝାରସୁଗୁଡା ନିର୍ବାଚନମଣ୍ଡଳୀର କୁମୁଡାପାଲିଠାରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ନେତୃତ୍ବରେ ବିଜେଡିରେ ଯୋଗଦେଇଛନ୍ତି ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ କାର୍ଯ୍ୟ ଓ ସ୍ବର୍ଗତ ନବଦାସଙ୍କ ଲୋକପ୍ରିୟତା ପାଇଁ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । କୁମୁଡାପାଲିସ୍ଥିତ ମାଆ ଦୁର୍ଗାଙ୍କ ମନ୍ଦିରରେ ଦର୍ଶନ କରିବାପରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଦୀପାଳି l ପ୍ରାର୍ଥିପତ୍ର ଯାଞ୍ଚ ପରେ ଘରକୁ ଘର ବୁଲି ଜନତାଙ୍କ ଆଶୀର୍ବାଦ ମାଗିବେ ବୋଲି ଦୀପାଳି କହିଛନ୍ତି ।