spot_img

Latest Posts

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା ; ପୋଷ୍ଟମର୍ଟମ ରିପୋର୍ଟ ମାଗିଲା ପୋଲିସ

କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା। ଭୁବନେଶ୍ଵର ଏମ୍ସକୁ ହ୍ୟୁମାନ ସାଗରଙ୍କ ଚିକିତ୍ସା ସମ୍ପର୍କିତ ତଥ୍ୟ ମାଗିଲା ପୋଲିସ। ଶବ ବ୍ୟବଚ୍ଛେଦ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବାକୁ ନୋଟିସ ଜାରି କରିଛି କମିଶନରେଟ ପୋଲିସ । ହ୍ୟୁମାନଙ୍କ ମୃତ୍ୟୁ ନେଇ ଗତ ଡିସେମ୍ବର ୨୦ ତାରିଖରେ କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ ମା ଶେଫାଳୀ । ହ୍ୟୁମାନଙ୍କୁ ଜାଣିଶୁଣି ମାରି ଦିଆଯାଇଛି ବୋଲି ଥାନାରେ ଅଭିଯୋଗ ଆଣିଥିଲେ ମା’ ଶେଫାଳୀ । ଥାନାର ଦ୍ୱାରସ୍ଥ ହୋଇ ଘଟଣାର ପୁଙ୍ଖାନୁପୃଙ୍ଖ ତଦନ୍ତ ପାଇଁ ସେ ଦାବି କରିଛନ୍ତି ।

ହ୍ୟୁମାନଙ୍କ ଫୋନ୍ ଡିଟେଲ, କଟକ ସ୍ଥିତ ବାସଭବନର ସିସିଟିଭି, ଏବଂ ତାଙ୍କ ସହ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କ ନାଁରେ ଏତଲା ଦାୟର କରିଛନ୍ତି ମାଆ ଶେଫାଳୀ । ହ୍ୟୁମାନଙ୍କ ଅତ୍ୟନ୍ତ ନିକଟତରଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ମଧ୍ୟ ଦାବି କରିଛନ୍ତି। ସେମାନେ ହେଲେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର। ଚିକିତ୍ସା କରୁଥିବା ଡାକ୍ତର, ବାନ୍ଧବୀ ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର। ମ୍ୟାନେଜର ଦିନେଶ ବେହେରା, ମହମ୍ମଦ ଆବିଦ୍ ଓରଫ ବବଲୁ, ପ୍ରଶାନ୍ତ ବେହେରା, ସୋମେଶ ଶତପଥୀଙ୍କ ସହ ଏକାଧିକ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ମାଆ ଶେଫାଳୀ । ଚିକିତ୍ସାରେ ଅବହେଳା ଓ ବଡ଼ ଧରଣର ଆର୍ଥିକ ହେରଫେର ରହିଥିବା ଅଭିଯୋଗ କରିଛନ୍ତି ।

Latest Posts

Don't Miss