ବାଉଁଶ ବାଡିରେ ଝୁଲୁଛି ମଣିଷ କଙ୍କାଳ

ଭଦ୍ରକ: ବାଉଁଶ କାଟିବାକୁ ଯାଇଥିବା ବେଳେ ନର କଙ୍କାଳ ଦେଖିଲେ ଲୋକେ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଦେହୁଡି ଆନନ୍ଦପୁର ଅଞ୍ଚଳରେ । ନର କଙ୍କାଳଟି ନିଖୋଜ ୧୯ ବର୍ଷିୟ ଖଗେଶ୍ବର ନାୟକଙ୍କର ବୋଲି ଅନୁମାନ କରାଯାଉଛି । ତାଙ୍କ ବାଡ଼ିରେ ଥିବା ବାଉଁଶ ବୋଦାରୁ ହିଁ ଏହି ନର କଙ୍କାଳ ଉଦ୍ଧାର କରାଯାଇଛି ।

ଗତ ଡିସେମ୍ବର ମାସରୁ ହାତିବାଡି ଗାଁର ଖଗେଶ୍ବର ନିଖୋଜ ଅଛନ୍ତି । ଅନଲାଇନ୍ ଗେମ୍ ଖେଳି ବାପାଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବା ପରେ ସେ ନିଖୋଜ ହୋଇଯାଇଥିଲେ । ସେବେଠାରୁ ଏଯାଏଁ ତାଙ୍କର କୌଣସି ଖୋଜ ଖବର ମିଳିନି । ଆଜି ତାଙ୍କରି ବାଡିରୁ ନରକଙ୍କାଳ ଜବତ ହୋଇଛି ।

ଖବେଶ୍ବରଙ୍କ ଦାଦା ବାଡ଼ିକୁ ବାଉଁଶ କାଟିବାକୁ ଯାଇଥିବା ବେଳେ ଝୁଲନ୍ତା ଖପୁରୀ ଦେଖିଥିଲେ । ସେଠାରେ ଖଗେଶ୍ବରଙ୍କ ଜୋତା ଓ ଅନ୍ୟାନ୍ୟ କପଡା ପଡ଼ିଥିବା ସୂଚନା ମିଳିଛି । ପୋଲିସ ତଦନ୍ତ ପରେ କଙ୍କାଳଟି ଖଗେଶ୍ବରଙ୍କର କି ନାହିଁ ତାହା ସ୍ପଷ୍ଟ ହେବ ।

Leave a Reply