spot_img

Latest Posts

ହ୍ୟୁମାନଙ୍କ ମାଆଙ୍କୁ ଦୁର୍ବ୍ୟବହାର ଘଟଣା ; ଦୁଇ ମ୍ୟାନେଜରଙ୍କ ବିରୋଧରେ ଏତଲା

ନନ୍ଦିଘୋଷ ବ୍ୟୁରୋ : ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମାଆଙ୍କୁ ଦୁଇ ମ୍ୟାନେଜରଙ୍କ ଦୁର୍ବ୍ୟବହାର ଘଟଣା I ଦୁଇ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଟାଉନ ଥାନାରେ ଏତଲା ଦେଲେ ବିଭିନ୍ନ ସାମାଜିକ ସଂଗଠନ । ବଲାଙ୍ଗୀର କଳାକାର ସଂଘ, ବଲାଙ୍ଗୀର ସାମାଜିକ ଏବଂ କୋଶଳ ସଂଗଠନ ଆଦି ଅନୁଷ୍ଠାନ ଦୁଇ ମ୍ୟାନେଜରଙ୍କ ବିରୋଧରେ ଏତଲା ଦେଇଛନ୍ତି । ହ୍ୟୁମାନଙ୍କ ମାଆ ଶେଫାଳି ସୁନାଙ୍କୁ ଦୁର୍ବ୍ୟବହାର ଓ ହ୍ୟୁମାନଙ୍କୁ ଜୋରଜବରଦସ୍ତି କାମ କରାଇ ମୃତ୍ୟୁ ମୁଖକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ଉଭୟଙ୍କୁ ତୁରନ୍ତ ଗିରଫ ଲାଗି ଦାବି କରିଛନ୍ତି ଏହି ସବୁ ସଂଗଠନ । ହ୍ୟୁମାନ ସାଗର ଅସୁସ୍ଥ ଥିବା ସତ୍ତ୍ୱେ ତାଙ୍କୁ ଜୋର ଜବରଦସ୍ତ କାମ କରାଇ ଜାଣିଶୁଣି ତାଙ୍କୁ ହତ୍ୟା କରାଯାଇଛି ବୋଲି ଏତଲାରେ ଦର୍ଶାଯାଇଛି । ଏହାସହ ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି ବିଭିନ୍ନ ସଂଗଠନ । ହ୍ୟୁମାନଙ୍କ ମୃତ୍ୟୁ ଦିନ ତାଙ୍କ ମ୍ୟାନେଜର ମାଆ ଶେଫାଳି ସୁନାଙ୍କୁ ଅତି ଖରାପ ଭାଷାରେ ଗାଳିଗୁଲଜ କରୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା ।

Latest Posts

Don't Miss