ଏସସିବି ମେଡିକାଲରେ ପହଞ୍ଚିଲେ ମାନବାଧିକାର କମିଶନର ସଦସ୍ୟ

କଟକ: କଟକ ଏସସିବି ମେଡିକାଲର ସର୍ଜରି ବିଭାଗରେ ଚିକିତ୍ସାଧିନ ନିରାଶ୍ରୟକୁ ଜଣେ ସହାୟିକା ବାଡ଼ିରେ ମାରିବା ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ଆଜି କମିଶନ ସଦସ୍ୟ ମେଡିକାଲ ଯାଇ ତଦନ୍ତ କରିଛନ୍ତି । ଦାୟିତ୍ୱରେ ଥିବା ସହାୟିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମାନବାଧିକାର କମିଶନ ସଦସ୍ୟ କହିଛନ୍ତି । ହସ୍ପିଟାଲକୁ ଆସୁଥିବା ନିରାଶ୍ରୟଙ୍କ ଚିକିତ୍ସା ଏବଂ ସେମାନଙ୍କ ଦେଖାଶୁଣା ଭଲରେ କିପରି ହେବ ସେନେଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

Leave a Reply