ମହାକୁମ୍ଭକୁ ଯିବାର ଯୋଜନା ଅଛି କି ? ତା’ଆଗରୁ ପଢିନିଅନ୍ତୁ ଏହି ରିପୋର୍ଟ
![](https://nandighoshatv.com/wp-content/uploads/2025/02/ରାସ୍ତା-ଜାମ-ଷ୍ଟେସନ-ବନ୍ଦ-1024x576.jpg)
ନନ୍ଦିଘୋଷ ବ୍ୟୁରୋ: ପ୍ରୟାଗରାଜ ମହାକୁମ୍ଭରେ ପ୍ରବଳ ଭିଡ଼ । ମାଘ ପୂର୍ଣ୍ଣିମାରେ ବୁଡ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଭିଡ଼ ଏତେ ଅଧିକ ଥିଲା ଯେ ପ୍ରୟାଗରାଜ ସଙ୍ଗମ ରେଳ ଷ୍ଟେସନ ବନ୍ଦ ହୋଇଗଲା । ଗତକାଲିଠୁ ଉତ୍ତରପ୍ରଦେଶ ସରକାର ଷ୍ଟେସନ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ବଢୁଥିବା ଭିଡ଼ ଓ ସୁରକ୍ଷାକୁ ଦୃଷ୍ଟିରେ ରହିଛି ଷ୍ଟେସନ ବନ୍ଦ କରାଯିବାକୁ ପଦକ୍ଷେପ ନିଆଯାଇଛି । ଏହି ଅସ୍ଥାୟୀ ବନ୍ଦକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ଏବଂ ବିକଳ୍ପ ଷ୍ଟେସନ କିମ୍ବା ରୁଟ୍ ବାଛିବାକୁ ପରାମର୍ଶ ଦିଆଯାଇଛି। ଯାତ୍ରୀମାନଙ୍କ ସୁବିଧା ଏବଂ ସୁରକ୍ଷା ପାଇଁ ପ୍ରଶାସନ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛି । ତେବେ ଫଟୋ ମାଧ୍ୟମରେ ଦେଖନ୍ତୁ ପ୍ରୟାଗରାଜରେ କିଭଳି ରହିଛି ସ୍ଥିତି ..
ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ଭିଡ ବଢିବା ପରେ ରାତିସାରା ଟ୍ରାଫିକ ଜାମ ସମସ୍ୟା ଦେଖାଦେଇଛି । ଶ୍ରଦ୍ଧାଳୁଙ୍କୁ ଟ୍ରେନ ଟିକେଟ ନମିଳିବା କାରଣରୁ ବ୍ୟକ୍ତିଗତ ଗାଡିରେ ଆସୁଛନ୍ତି ଭକ୍ତ । ଯାହାଫଳରେ କି ମାତ୍ରାଧିକ ବାହନ କାରଣରୁ ରାସ୍ତାରେ ଭିଡ ପରିସ୍ଥିତି ସୃଷ୍ଟି ହୋଇଛି । ଫଟୋରେ ଆପଣ ଦେଖିପାରୁଥିବେ କିଭଳି ଭାବରେ ରାସ୍ତାରେ କାର ଗୁଡିକ ଫସିରହିଛି ।
ଘଣ୍ଟାଘଣ୍ଟା ଧରି ଲୋକମାନେ ଟ୍ରାଫିକରେ ଫସି ରହୁଛନ୍ତି । ମାତ୍ରାଧିକ ଭିଡ ହେତୁ ବୃଦ୍ଧ ଏବଂ ଛୋଟ ପିଲାମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପରିସ୍ଥିତି ଏତେ ଗମ୍ଭୀର ହେଇଯାଉଛି କି ଚାଳକ ମାନେ ଗାଡି ଥୋଇଦେଇ ଚାଲି ଚାଲି ଭିଡ ବାହାରକୁ ପଳାଉଛନ୍ତି ।
ଶ୍ରଦ୍ଧାଳୁଙ୍କ ଭିଡରେ ଆକ୍ତମାକ୍ତା ସହର । ଏ ଦୃଶ୍ୟଟି ହେଉଛି ମେଳା କ୍ଷେତ୍ରର । ଦେଖିପାରୁଥିବେ କେତେ ମାତ୍ରାରେ ଏଠାରେ ଭକ୍ତଙ୍କର ଭିଡ ପରିଲିକ୍ଷିତ ହୋଇଛି ।
ଏ ଦୃଶ୍ୟ ହେଉଛି ପ୍ରୟାଗରାଜ ଷ୍ଟେସନର । ସେଠାରେ ଶ୍ରଦ୍ଧାଳୁଙ୍କ ଅତ୍ୟାଧିକ ଭିଡ ପରିଲିକ୍ଷିତ ହେବା ପରେ ଅଧିକାରୀ ଜଣକ ସେମାନଙ୍କୁ ଷ୍ଟେସନ ବନ୍ଦର ଖବର ଦେବା ସହିତ ରାସ୍ତା ବତାଉଛନ୍ତିି । କିପରି ସେମାନେ ମହାକୁମ୍ଭରେ ପହଞ୍ଚିପାରିବେ । ଏବଂ ସୁରକ୍ଷିତ ଭାବରେ ଷ୍ଟେସନରୁ କେମିତି ବାହାରିବେ ।
ଏ ଦୃଶ୍ୟ ହେଉଛି ପ୍ରୟାଗରାଜ ଜଙ୍କସନର ମୁଖ୍ୟ ରାସ୍ତା । ଏଠାରେ ଶ୍ରଦ୍ଧାଳୁ ଯେମିତି ଭିଡ ନଲଗାଇବେ ଏବଂ ଆଗକୁ ବଢି ରାସ୍ତା ଫାଙ୍କା କରିବେ ସେନେଇ ପୋଲିସ ଅଧିକାରୀ ଜଣକ ସୂଚନା ଦେଉଛନ୍ତି । ଗୋଟିଏ ଜାଗାରେ ଏକତତ୍ରିତ ନହୋଇ ଅଗକୁ ବଢିବାକୁ ପରାମର୍ଶ ଦେଉଛନ୍ତି ।
ସହରରେ ଅତ୍ୟାଧିକ ଭିଡ ହେବାରୁ ଷ୍ଟେସନ ସହ ଅଟୋ ଏବଂ ରିକ୍ସା ସେବାଗୁଡିକ ମଧ୍ୟ ବନ୍ଦ କରିଦିଆଯାଇଛି । ଲୋକମାନେ ଚାଲି ଚାଲି ମହାକୁମ୍ଭ ସ୍ଥଳକୁ ଯାଉଛନ୍ତି । ଭିଡ ଏତେମାତ୍ରାରେ ହୋଇଛି ଯେ ୨୦ମିନିଟର ରାସ୍ତା ଅତିକ୍ରମ କରିବା ପାଇଁ ଲୋକଙ୍କୁ ୩ଘଣ୍ଟାରୁ ଅଧିକ ସମୟ ଲାଗିଯାଉଛି ।