spot_img

Latest Posts

ଶ୍ରୀମନ୍ଦିର ସିଂହଦ୍ୱାରରେ ଠେଲାପେଲା, ଭକ୍ତ ଆହତ

ପୁରୀ: ପଞ୍ଚୁକ ପାଳନ ବେଳେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରରେ ଠେଲାପେଲା। ପତିତପାବନ ବ୍ୟାରିକେଡ୍‌ରେ ହୋଇଛି ଠେଲାପେଲା। ଅନେକ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି। ପ୍ରଶାସନ ଓ ପୋଲିସ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଆଜି ମହାପ୍ରଭୁ ଲଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥିବାବେଳେ ଭକ୍ତ ଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା।

ମାର୍କେଟ ଛକ ପର୍ଯ୍ୟନ୍ତ ଲମ୍ବା ବ୍ୟାରିକେଡ଼ରେ ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ ନିମନ୍ତେ ଛିଡା ହୋଇଥିବାବେଳେ ସିଂହଦ୍ୱାର ଦେଇ ଅନେକ ଭକ୍ତ ଧସେଇ ପଶିବାର ଦୃଶ୍ୟ ପରିଲକ୍ଷିତ ହୋଇଥିଲା। ଭକ୍ତଙ୍କ ପ୍ରବେଶ ଉପରେ ନିୟନ୍ତ୍ରଣ ନଥିବାରୁ ସେଠାରେ ଠେଲାପେଲା ହୋଇଥିଲା।

Latest Posts

Don't Miss