ଲକ୍‌ଡାଉନ୍‌ ପୂର୍ବ ପ୍ରସ୍ତୁତି: ଭୂତାଣୁକୁ ଭୁଲି ବୋହି ନେଲେ ମଦ

1 min read

ଭୁବନେଶ୍ୱର: ୪ ଜିଲ୍ଲାରେ ଆଜି ରାତି ୯ଟାରୁ ଲକଡାଉନ୍ । ମଦ ଦୋକାନରେ ପଡ଼ିବ ତାଲା । ଫଳରେ ୧୪ ଦିନ ପାଇଁ ମଦ ଗଚ୍ଛିତ କରିବାରେ ଲାଗି ପଡ଼ିଛନ୍ତି ଗ୍ରାହକ । ଏପରିକି ଭୂତାଣୁ ଭୟକୁ ଭୁଲି, ସାମାଜିକ ଦୂରତାକୁ ଭାଙ୍ଗି ମଦ ଦୋକାନ୍ ଆଗରେ ଗ୍ରାହକ ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଛି । ଏହାରି ଭିତରେ କିଛି କଳାବଜାରୀ କାଲିଠୁ ମଦ ବିକ୍ରି ପାଇଁ ପେଟି ପେଟି ମଦ ବୋହି ନେଉଥିବା ଟ୍ୱିନ୍‌ସିଟିରେ ଦେଖିବାକୁ  ମିଳିଛି  ।

ଲକଡାଉନ୍ ପାଇଁ ଛାନିଆ ଗ୍ରାହକ  । ୧୫ ପ୍ରତିଶତ ଅଧିକ ଟଙ୍କାରେ ବି କାଉଣ୍ଟର ଆଗରେ ଲମ୍ବା ଲାଇନ୍ । ମଦ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ବି ପଛେଇଲେନି ନିଶାଡ଼ି ଗ୍ରାହକ । ଡହ ଡହ ଖରାରେ ସିଝି କିଣିଲେ ମଦ  । ଏ ଦୃଶ୍ୟ ହେଉଛି ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ଥିବା କିଛି ମଦ କାଉଣ୍ଟରର  । କାଉଣ୍ଟରର ସଟର ଖୋଲିବା ପୂର୍ବରୁ ଲାଗିଯାଇଥିଲା ଲୋକଙ୍କ ଲମ୍ବା ଲାଇନ୍  ।

ଭିଡ କଣ୍ଟ୍ରୋଲ କରିବା ପାଇଁ କିଛି ସ୍ଥାନରେ ବ୍ୟାରିକେଡର ବି ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା । ୧୪ ଦିନ ପାଇଁ କାଉଣ୍ଟର ବନ୍ଦ ହେବାକୁ ଥିବାରୁ ଏପରି ଭିଡ଼ ବୋଲି କହିଛନ୍ତି  ଗ୍ରାହକ  ।

 ସେପଟେ ଜନଜୀବନ ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଲକଡାଉନ ଫର୍ମୁଲା ସ୍ବାଗତ ଯୋଗ୍ୟ ପଦକ୍ଷେପ । କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସରକାରଙ୍କ ସମସ୍ତ ନିୟମ ମାନିବାକୁ ପ୍ରସ୍ତୁତ ବୋଲି କହିଛି ମଦ ବ୍ୟବସାୟୀ ସଂଘ । ଏବେ ଜୀବନ ବଞ୍ଚିବା ହେଉଛି ପ୍ରାଥମିକତା । ଅନ୍ୟପଟେ ଅନ୍‌ଲାଇନ୍‌ରେ ମଦ ବିକ୍ରିକୁ ନାପସନ୍ଦ କରିଛନ୍ତି ବ୍ୟବସାୟୀ । ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ସମସ୍ତେ  ଚାଇନା କମ୍ପାନିକୁ ବିରୋଧ କରିବାକୁ ଅପିଲ୍ କରିଛନ୍ତି ସଭାପତି ।

୧୪ ଦିନିଆ ଲକଡାଉନ୍ ପୂର୍ବରୁ ମଦ ଦୋକାନରେ ଗହଳି

୪ ଜିଲ୍ଲାରେ ଆଜି ରାତି ୯ରୁ ଲକଡାଉନ୍ । ମଦ ଦୋକାନରେ ପଡିବ ତାଲା । ଫଳରେ ୧୪ ଦିନ ପାଇଁ ମଦ ଗଚ୍ଛିତ କରିବାରେ ଲାଗି ପଡିଛନ୍ତି ଗ୍ରାହକ । ଏପରିକି ଭୂତାଣୁ ଭୟକୁ ଭୁଲି, ସାମାଜିକ ଦୂରତାକୁ ଭାଙ୍ଗି ମଦ ଦୋକାନ୍ ଆଗରେ ଗ୍ରାହକ ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଛି । ଏହାରି ଭିତରେ କିଛି କଳାବଜାରୀ କାଲିଠୁ ମଦ ବିକ୍ରି ପାଇଁ ପେଟି ପେଟି ମଦ ବୋହି ନେଉଥିବା ଟ୍ବିନସିଟିରେ ଦେଖିବାକୁ ମିଳିଛି ।#Odisha #Lock_down #NandighoshaTV #Odisha_News #Crowd #Liquor_shop

Nandighosha TV यांनी वर पोस्ट केले शुक्रवार, १७ जुलै, २०२०

କାରଣ  ସ୍ବିଗି ଓ ଜୋମାଟୋ ଭଳି କମ୍ପାନୀ ଚାଇନାର ହୋଇଥିବାରୁ ସେମାନଙ୍କ ସହ ବ୍ୟବସାୟ କରିବାକୁ ବିରୋଧ କରାଯାଇଛି ।  ଆଜି ରାତି ୯ରୁ ଜୁଲାଇ ୩୧ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ୪ ଜିଲ୍ଲା ସହ ରାଉରକେଲା ସହରରେ ଲକଡାଉନ୍ କଟକଣା ଲଗାଯିବ । ଫଳରେ ଏସମସ୍ତ ଜିଲ୍ଲାରେ ଜରୁରୀ ସେବାକୁ ଛାଡି ମଦ ଦେକାନ୍ ସହ ସମସ୍ତ ଦେକାନ୍ ବି ବନ୍ଦ ରହିବ ବି ବୋଲି ଘୋଷଣା ହୋଇଛି  ।

Leave a Reply