spot_img

Latest Posts

ପାହାଡ଼ ବ୍ଲାଷ୍ଟିଂ ପାଇଁ ମାଟିତଳେ ଲୁଚାଯାଇଥିଲା ବିପୁଳ ପରିମାଣରେ ବିସ୍ଫୋରକ, ଜବତ କଲା ପୋଲିସ୍

ଯାଜପୁର: ମାଟି ତଳୁ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ଲୁଣିବାର ମୌଜାରେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ପୂର୍ବରୁ ବଉଳମାଳ ପଞ୍ଚାୟତ ଓ ଲୁଣିବାର ମୌଜାରୁ ଆମୋନିଆ ନାଇଟ୍ରେଟ ଓ ଜିଲୋଟିନ ଜବତ ସହ ଷ୍ଟୋରକୁ ସିଲ କରାଯାଇଥିଲା। ପୁଣି ଜେନାପୁର ପୋଲିସ ଓ ଧର୍ମଶାଳା ତହସିଲଦାରଙ୍କ ଉପସ୍ଥିତିରେ ଲୁଣିବାର ମୌଜାରୁ ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଛି। ଏହି ବିସ୍ଫୋରକ ପାହାଡ଼ ବ୍ଲାଷ୍ଟିଂରେ ବ୍ୟବହାର କରାଯାଏ। ଜେନାପୁର ଥାନା ଅଞ୍ଚଳରେ ପାହାଡ଼ ଲିଜ୍‌ଧାରୀ ବିସ୍ଫୋରକ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗଚ୍ଛିତ ରଖିଥିବା

ସୂଚନା ମିଳିଛି। ଏନେଇ ଜେନାପୁର ପୋଲିସ ୨ ଜଣ ପାହାଡ଼ ଲିଜଧାରୀଙ୍କ ନାଁରେ ଏତଲା ଦାୟର କରିଛି। ଏନେଇ ପ୍ରଶାସନ ପକ୍ଷରୁ ଅପରେସନ ଜାରି ରହିଥିବା ବେଳେ ତହସଲିଦାରଙ୍କ ପ୍ରତିକ୍ରିୟା ମିଳିପାରିନି। ବାରମ୍ବାର ଏଭଳି ବିସ୍ଫୋରକ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ତେବେ ଏନେଇ ଆଉ କେଉଁ କେଉଁ ସ୍ଥାନରେ ବିସ୍ଫୋରକ ଲୁଚାଯାଇଛି ରଖାଯାଇଛି ସେନେଇ ତଦନ୍ତ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନକୁ ଯାଞ୍ଚ କରାଯାଉଛି।

 

Latest Posts

Don't Miss