spot_img

Latest Posts

ପେଟ୍ରୋଲ ଟ୍ୟାଙ୍କରରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ

ଭୁବନେଶ୍ୱର: ଭଞ୍ଜେଇ ଚାଲାଣର ସ୍ମାର୍ଟ ତରିକା। ଆଉ କାର କି ଟ୍ରକ୍‌ ନୁହେଁ। ଏବେ ପେଟ୍ରୋଲ ଟ୍ୟାଙ୍କରରେ ଚାଲିଛି ଗଞ୍ଜେଇ ଚାଲାଣ। କରୋନା ସମୟରେ ବଢ଼ି ଚାଲିଛି ନିଶା କାରବାର। ନିଶା ବେପାରିଙ୍କର ଆଡ୍ଡା ପାଲଟିଛି ରାଜଧାନୀ ଭୁବନେଶ୍ୱର। କେତେବେଳେ ବ୍ରାଉନସୁଗର ତ ପୁଣି କେତେବେଳେ ନୀଳ ଜହର ମାନେ ଗଞ୍ଜେଇ। ରାତିର ଅନ୍ଧାରରେ ବଢ଼ି ଚାଲିଛି ଏହି ନିଶା କାରବାର। ପ୍ରତି ମୁହୂର୍ତ୍ତରେ ନିଶା ଦଲାଲ ମାନଙ୍କୁ ଗିରଫ କରୁଛି ପୋଲିସ୍‌। ହେଲେ ତିଳେ ମାତ୍ର ସୁଧୁରୁ ନାହାଁନ୍ତି ଏହି ଦଲାଲ।

ଆଜି ପୁଣି ରାଜଧାନୀରୁ ବିପୁଳ ପରିମାଣରେ ଜବତ କରାଯାଇଛି ଗଞ୍ଜେଇ। କେଜିଏ ନୁହେଁକି ୨ କେଜି ନୁହେଁ, ୨୫୦ କେଜିର ଗଞ୍ଜେଇ ଜବତ କରିଛି ଭୁବନେଶ୍ୱର NCB। ଏହି ଗଞ୍ଜେଇକୁ ସ୍ମାର୍ଟ ପ୍ଲାନ୍‌ ଯୋଗେ ଚାଲାଣ କରାଯାଉଥିଲା। ପେଟ୍ରୋଲ ଟ୍ୟାଙ୍କରରେ ବିପୁଳ ପରିମାଣରେ ଗଞ୍ଜେଇକୁ ପଶ୍ଚିମବଙ୍ଗରୁ ଭୁବନେଶ୍ୱରକୁ ଅଣାଯାଉଥିଲା। ଭୁବନେଶ୍ୱରରୁ ଅନ୍ୟ ସବୁ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥାନ୍ତା।

ତେବେ ସୂଚନା ପାଇ ପେଟ୍ରୋଲ ଟ୍ୟାଙ୍କ ଉପରେ ରେଡ କରିଥିଲା NCB। ଭୁବନେଶ୍ୱରର ରସୁଗଡ଼ ପାଖରେ ଧରାପଡ଼ିଥିଲା ଟ୍ୟାଙ୍କର। NCB ପେଟ୍ରୋଲ ଟ୍ୟାଙ୍କର ସହ ୨ ଜଣଙ୍କୁ ଗିରଫ କରିଛି। ଏହି ଦୁଇଜଣ ହେଉଛନ୍ତି ବିହାର ଭୋଜପୁରର। ଜଣଙ୍କ ନାମ ସୁନୀଲ ରାୟ ହୋଇଥିବା ବେଳେ ଆଉ ଜଣଙ୍କ ନାମ ହେଉଛି ଅଗ୍ନିଦେଓ ବିନ୍‌।

Latest Posts

Don't Miss