spot_img

Latest Posts

ପାଣିରେ ବୁଡ଼ି ରହିଛି ଖେତ, ଖାଦ୍ୟଶସ୍ୟ ବାଣ୍ଟିଲେ ଆନ୍ଧ୍ର ବାସିନ୍ଦା

ଚିତ୍ରକୋଣ୍ଡା: ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତ ସ୍ୱାଭିମାନ ଅଞ୍ଚଳ ବାସୀ । ବାଲିମେଳା ଜଳ ଭଣ୍ଡାରରେ ଅଧିକ ଜଳ ରହିଥିବାରୁ ବୁଡ଼ି ରହିଛି ଚାଷ ଜମି । ପ୍ରଶାସନ କିମ୍ବା ସରକାର ଦୃଷ୍ଟି ଦେଉନାହାନ୍ତି ସବୁବେଳେ ଅବହେଳା କରି ଆସୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।  ଏହାକୁ ବିରୋଧ କରି ‘ବିଛିନ୍ନାଞ୍ଚଳ ଜନ ବିକାଶ ମଞ୍ଚ’ ପକ୍ଷରୁ ୬ ଟି ପଞ୍ଚାୟତର ପ୍ରାୟ ୧୦୦୦ରୁ ଅଧିକ ଆଦିବାସୀ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ ।

ଅପରପକ୍ଷରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଅଧୀନରେ ଯାଉଥିବା କିଛି ପଞ୍ଚାୟତର ବାସିନ୍ଦା ସାହାଯ୍ୟର ହାତ ବଢ଼ାଇଛନ୍ତି । ଧାନ, ମାଣ୍ଡିଆ, ସୁଆଁ ଭଳି ରବି ଜାତୀୟ ଫସଲ ନିଜେ ଖେତରେ ଚାଷ କରି ଆଣି ଗରିବ ଆଦିବାସୀ ଲୋକଙ୍କୁ ବିନା ଅର୍ଥରେ ଦେଇଥାନ୍ତି । ସେଥିପାଇଁ ବିଛିନ୍ନାଞ୍ଚଳ ବସିନ୍ଦା ସ୍ଥିର କରିଛନ୍ତି, ଯଦି ଆଗାମୀ ଦିନରେ ପ୍ରଶାସନ ଏହି ସମସ୍ୟା ସମାଧାନ ନକରନ୍ତି ତେବେ ପଡ଼ୋଶୀ ଆନ୍ଧ୍ର ସାମିଲ ହେବେ ।

ଦୀର୍ଘ ବର୍ଷ ଧରି ବିଛିନ୍ନାଞ୍ଚଳ ବାସିନ୍ଦା ଆନ୍ଧ୍ର ଲୋକଙ୍କ ସହାୟତାରେ ଜୀବନ ଯାପନ କରୁଛନ୍ତି । ରାଜ୍ୟ ସରକାରଙ୍କ ଅଣଦେଖା ପାଇଁ ଆଜି ଆନ୍ଧ୍ର ନିଜର କାୟା ବିସ୍ତାର କରିଚାଲିଛି ଓଡିଶା ଉପରେ। ଯଦି ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଏହି ବିଛିନ୍ନାଞ୍ଚଳ ମାଲକାନଗିରି ଜିଲ୍ଲା ମାନଚିତ୍ରରୁ ହଟି ଆନ୍ଧ୍ରର ବିଶାଖାପାଟଣା ଜିଲ୍ଲା ସହ ଯୋଡ଼ିହୋଇଯିବ ବୋଲି ଚର୍ଚ୍ଚା ହେଉଛି ।

Latest Posts

Don't Miss