ଆଜି ଇମ୍ରାନଙ୍କ ମେଗା ସୋ’, ପିଟିଆଇ ରାଲି ପୂର୍ବରୁ ଲାହୋରରେ ୧୪୪ ଧାରା ଲାଗୁ

ଲାହୋର: ଆଜି ଲାହୋରରେ ଇମ୍ରାନ ଖାନଙ୍କ ଶକ୍ତି ପ୍ରଦର୍ଶନ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଲିଡର ଇମ୍ରାନ ଖାନ ନିର୍ବାଚନୀ ରାଲି ଘୋଷଣା କରିବା ପରେ ଲାହୋରରେ ୧୪୪ ଧାରା ଲାଗୁ କରାଯାଇଛି । ଜନସମାଗମ ଉପରେ ରୋକ ଲଗାଇଛନ୍ତି ପାକିସ୍ତାନର ପଞ୍ଜାବ ସରକାର । ଆଜି ଦିନ ୧୨ଟାରୁ ଇମ୍ରାନଙ୍କ ଅଧ୍ୟକ୍ଷତାରେ ଦଳର ରାଲି ଆରମ୍ଭ ହେବ । ରାଲି ପୂର୍ବରୁ ଲାହୋରରେ ଜନସଭାକୁ ସମ୍ବୋଧିତ କରିବେ ବୋଲି ଗତକାଲି ଭିସିରେ ଇମ୍ରାନ ଘୋଷଣା କରିଥିଲେ । ଏହାପରେ ଶନିବାର ରାତିରୁ ଲାହୋରରେ ୧୪୪ ଧାରା ଲାଗୁ ପାଇଁ ଘୋଷଣା କରାଯାଇଛି ।

ଲାହୋରରେ ପାକିସ୍ତାନ ସୁପର ଲିଗ୍ ମ୍ୟାଚ୍ ହେବାକୁ ଥିବା ବେଳେ ୪୦ କିମିର ଲମ୍ବା ରାଲି ଓ ସାଇକେଲ ରେସ୍ ବି କରାଯିବ । ଯାହାଫଳରେ ଇମ୍ରାନଙ୍କ ଦଳକୁ ଜନସଭା ପାଇଁ ଅନୁମତି ନ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ପାକିସ୍ତାନ ସୂଚନା ମନ୍ତ୍ରୀ ଆମୀର ମୀର କହିଛନ୍ତି ।