ଲେବାନନ୍ର ରାଜଧାନୀରେ ଭୟଙ୍କର ବିସ୍ଫୋରଣ: ୨୪୦ କିଲୋମିଟର ଯାଏଁ ଶୁଣାଗଲା ଶଦ୍ଦ
1 min read
ବେରୁଟ: ଲେବାନନ୍ର ରାଜଧାନୀ ବେରୁଟରେ ଭୟଙ୍କର ବସ୍ଫୋରଣ । ମଙ୍ଗଳବାର ଦେଶର ରାଜଧାନୀରେ ଘଟିଥିବା ଏହି ବିସ୍ଫୋରଣରେ ସମଗ୍ର ସହର ଦୋହଲିଛି । ଏବଂ ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣ ଯୋଗୁଁ ବଡ଼ ବଡ଼ କୋଠା ଦୋହଲିବା ସହ ଚଟାଣ ଫାଟିଯାଇଥିଲା ଏବଂ ବଡ଼ ଆକାରର ଧୂଆ ଉପରକୁ ଉଠିଥିବା ଦେଖିବାକୁ ମିଳିଛି । ବିସ୍ଫୋରଣର ଶଦ୍ଧ ଏତେ ଜୋରଦାର ଥିଲା ଯେ, ଏହା ୨୪୦ କିଲୋମିଟର ଦୂରକୁ ଶୁଣାଯାଇଥିଲେ ।
https://twitter.com/mhijazi/status/1290670932831461380
ଯାହାର ଏକ ଭିଡିଓ ଲେବନନ୍ର ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଯେଉଁଥିରେ ବହୁ ଲୋକେ ଆହତ ହୋଇଥିବା ଦେଖିବାକୁ ମିଳିଛି । ତେବେ ବନ୍ଦର ଅଞ୍ଚଳରେ ଘଟିଥିବା ବିସ୍ଫୋରଣର କାରଣ ଏଯାଏଁ ଜଣାପଡ଼ିନାହିଁ । ଏଭଳି ବିସ୍ଫୋରଣ ଯୋଗୁଁ ଏଠାକାର ପ୍ରତ୍ୟେକ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଏଥିମଧ୍ୟରୁ କିଛି ଦୋକାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କାଚ ଝରଖା ଚୁରମାର ହୋଇଯାଇଥିବା ବେଳେ କାର୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଆହତମାନେ ମେଡିକାଲରେ ଭର୍ତ୍ତି ହେବା ପାଇଁ ରାସ୍ତାରେ ଦୈଡ଼ୁଥିବା ଦେଖିବାକୁ ମିଳିଛି । ଯେଉଁମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ଲୋକ ଓ ଶିଶୁ ରକ୍ତ ଜୁଡୁବୁଡ଼ୁ ଥିଲେ ।