ଗୁଜୁରାଟ ଓ ମୁମ୍ବାଇର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ନକିଲ ନୋଟ୍ ଜବତ, ୬ଗିରଫ

ନୂଆଦିଲ୍ଲୀ: ଗୁଜୁରାଟ ଓ ମୁମ୍ବାଇର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ନକଲି ନୋଟ ଜବତ ହୋଇଛି । ସିଟି ପୋଲିସର ଏକାଧିକ ଟିମ୍ ଗୁଜୁରାଟର ଆନନ୍ଦ, ଜାମନଗର, ସୁରଟ ଏବଂ ମୁମ୍ବାଇର ବିଭିନ୍ନ ଜାଗାରୁ ୩୧୭କୋଟି ଟଙ୍କାର ନକଲି ନୋଟ ଜବତ କରିବା ସହ ମାମଲାରେ ୬ଜଣଙ୍କୁ ଗିରଫ କରିଛି । ଗୁଜୁରାଟ, ମଧ୍ୟପ୍ରଦେଶ, ମୁମ୍ବାଇ ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ କୋରିଅର୍ ସଂସ୍ଥା ଚଲାଉଥିବା ମୁଖ୍ୟ କିଙ୍ଗପିନ୍ ବିକାଶ ଜୈନକୁ ମୁମ୍ବାଇରେ ଅଟକ ରଖିଛି ପୋଲିସ ।

୨୦୦୦ ଓ ୫୦୦ଟଙ୍କିଆ ଜାଲ୍ ନୋଟ ସହ ପୂବର୍ରୁ ବ୍ୟାନ ହୋଇଥିବା ୫୦୦ଟଙ୍କିଆ ଏବଂ ୧୦୦୦ଟଙ୍କିଆ ନୋଟ୍ ଜବତ ହୋଇଛି । କିଛିଦିନ ତଳେ ହିତେଶ କୋଟାଡ଼ିଆ ନାମକ ଏକ ଆମ୍ବୁଲାନ୍ସ ଡ଼୍ରାଇଭର ଠାରୁ ପୋଲିସ ୨୫କୋଟି ୮୦ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିବା ପରେ ଚାରିଆଡ଼େ ଚଢାଇ ହୋଇଥିଲା ।

ମୁଖ୍ୟ ଅଭିଯୁକ୍ତ ବିକାଶ ଜୈନ ଉତ୍ତର ଭାରତରେ ନକଲି ନୋଟ ଛାପି ନିଜ କୋରିଅର ସଂସ୍ଥା ଜରିଆରେ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଉଥିଲା । ମୁମ୍ବାଇରେ ନକଲି ନୋଟର ଗୋଦାମ କରିଥିଲା ବିକାଶ, ଯେଉଁଠୁ ୨୨୭ କୋଟିର ନକଲି ନୋଟ ଜବତ ହୋଇଛି । ମାମଲାରେ ଗିରଫ ହୋଇଥିବା ୬ଜଣ ଯାକ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥାକୁ ଅନୁଦାନ ଦେଉଥିବା କମ୍ପାନୀଗୁଡ଼ିକ ଠକିବାର ଷଡ଼ଯନ୍ତ୍ର ରଚିଥଲେ ।