କ୍ଷମା ମାଗିଥିଲେ, ଏବେ ପୁଣିଥରେ ପାନ ମସଲା ବିଜ୍ଞାପନ କରୁଛନ୍ତି ଅକ୍ଷୟ

1 min read

ନୂଆଦିଲ୍ଲୀ:  ପାନ ମସଲା ବିଜ୍ଞାପନକୁ ନେଇ ପୁଣି ଚର୍ଚ୍ଚାରେ ବଲିଉଡ ଷ୍ଟାର ଅକ୍ଷୟ କୁମାର । ଗତବର୍ଷ ଏଭଳି ବିଜ୍ଞାପନ କରିବି ନାହିଁ କହି କ୍ଷମା ମାଗିଥିବାବେଳେ ଚଳିତ ବର୍ଷ ପୁଣିଥରେ ବିଜ୍ଞାପନରେ ନଜର ଆସି ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛନ୍ତି । ଏହି ଖବର ସୋସିଅଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।   ICC ଓ୍ୱାର୍ଲଡ କପରେ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମ୍ୟାଚ୍‌ ସମୟରେ ଅକ୍ଷୟ କୁମାରଙ୍କ ଏକ ନୂଆ ବିଜ୍ଞାପନ ଦେଖିବାକୁ ମିଳିଥିଲା ।  ଯେଉଁଥିରେ ସେ ଶାହାରୁଖ ଏବଂ ଅକ୍ଷୟ କୁମାରଙ୍କ ସହ ନଜର ଆସିଥିଲେ ।  କିନ୍ତୁ ବିଜ୍ଞାପନକୁ ନେଇ ଅକ୍ଷୟ କୁମାରଙ୍କୁ ଟ୍ରୋଲ ହେବାକୁ ପଡ଼ିଛି ।     କାରଣ ଗତବର୍ଷ ଏହିଭଳି ବିଜ୍ଞାପନକୁ ନେଇ କ୍ଷମା ମାଗିଥିଲେ ଅକ୍ଷୟ ଏବଂ ପୁନର୍ବାର ଏଭଳି ବିଜ୍ଞାପନ କରିବେ ନାହିଁ ବୋଲି କହିଥିଲେ ।

ମ୍ୟାଚ୍‌ ମଝିରେ ଦେଖାଯାଇଥିବା ବିଜ୍ଞାପନ ଭିଡ଼ିଓ ସୋସିଅଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।  ତିନି ଲୋକପ୍ରିୟ କଳାକାର ପାନ ମସଲାକୁ ପ୍ରମୋଟ କରୁଛନ୍ତି ।  କ୍ଷମା ମାଗି କଥା ନରଖିଥିବାରୁ ଫ୍ୟାନ୍ସ ଅକ୍ଷୟଙ୍କୁ ଜୋରଦାର ଟ୍ରୋଲ କରୁଛନ୍ତି ।

ତେବେ ଏହା ପୂର୍ବରୁ ଗତବର୍ଷ ଏଭଳି ବିଜ୍ଞାପନକୁ ନେଇ ଅକ୍ଷୟ କୁମାରଙ୍କୁ ଉପରେ ଫ୍ୟାନ୍ସ ନାରାଜ ହୋଇ ଯାଇଥିଲେ ।  ନିଜ ଫ୍ୟାନ୍ସ ଏବଂ ସୁଚିନ୍ତକଙ୍କୁ ଅକ୍ଷୟ କ୍ଷମା ମାଗିଥିଲେ ।  ତେବେ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ତାଙ୍କ ଉପରେ ପ୍ରଭାବ ପକାଇଥିଲା ବୋଲି ସେ କହିଥିଲେ ।  ଏହାବାଦ୍‌ ଅକ୍ଷୟ ପାନ ମସଲା କମ୍ପାନୀ ସହିତ କଣ୍ଟ୍ରାକ୍ଟ ତୁରନ୍ତ ରବ୍ଦ କରିଥିଲେ ।  କିନ୍ତୁ ପୁରୁଣା ବିଜ୍ଞାପନ କମ୍ପାନୀ ଜାରି ରଖିବ ବୋଲି ପୂର୍ବରୁ କଣ୍ଟ୍ରାକ୍ଟ ହୋଇଥିଲା ।

ଅକ୍ଷୟଙ୍କ ଫିଲ୍ମ ବିଷୟରେ ଯଦି ଆଲୋଚନା କରିବା ତେବେ ଅକ୍ଷୟଙ୍କ ମିଶନ ସନିଗଞ୍ଜ ରିଲିଜ ହୋଇଛି ।  କିନ୍ତୁ ଫିଲ୍ମକୁ ଏତେ ଖାସ୍‌ ରେସପନ୍ସ ମିଳିନାହିଁ ।