ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି ହୃଷୀକେଶ ମଲ୍ଲିକ

Hrusikesh Mallick Appointed As President Of Odisha Sahitya Akademi

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ହୃଷୀକେଶ ମଲ୍ଲିକ ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି ହୋଇଛନ୍ତି । ପୂର୍ବରୁ ଡକ୍ଟର ହରିହର ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ । ସେହିପରି ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ହେଲେ ସଂଗ୍ରାମ ଜେନା । ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ ପ୍ରବୋଧ କୁମାର ରାଉତ ସମ୍ପାଦକ ହୋଇଛନ୍ତି ।

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ନୂଆ କର୍ମକର୍ତ୍ତା ଚୟନ କରାଯାଇଛି । ଶ୍ରୀମତି ଅରୁଣା ମହାନ୍ତି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ନୂଆ ସଭାପତି ମନୋନୀତ ହୋଇଛନ୍ତି । ନାଟ୍ୟକାର ମନ୍ମଥ କୁମାର ଶତପଥୀ ହୋଇଛନ୍ତି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ।

ସେହିଭଳି ଲଳିତ କଳା ଏକାଡେମୀ ପାଇଁ କର୍ମକର୍ତ୍ତା ଚୟନ କରାଯାଇଛି । ଲଲିତ କଳା ଏକାଡେମୀର ଉପସଭାପତି ହୋଇଛନ୍ତି ଶ୍ରୀନିବାସ ପଢ଼ିହାରୀ ଓ ପଞ୍ଚାନନ ସାମଲ ସମ୍ପାଦକ ଚୟନ ହୋଇଛନ୍ତି । ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସମ୍ପାଦକ ହୋଇଛନ୍ତି ଡକ୍ଟର ସୟଦ ମୁସିର ଆଲମ । ମୁଖ୍ୟମନ୍ତ୍ରୀ ଏହି ଚୟନକୁ ଅନୁମୋଦନ ପ୍ରଦାନ କରିଛନ୍ତି ।

Leave a Reply