୩୦ ପରେ ଜାଣନ୍ତୁ କିଭଳି ରହିବେ ଫିଟ୍ ?
1 min readଭୁବନେଶ୍ୱର: ବୟସ ଧିରେ ଧିରେ ବଢୁ ଥିବାବେଳେ ଆପଣ ନିଜି ବିଜି ଲାଇଫ ଷ୍ଟାଇଲ ଭିତରେ ସ୍ବାସ୍ଥ୍ୟର ଯତ୍ନ କିଭଳି ନେବେ ତାହା ବେଶ ଜରୁରୀ । ତେବେ ଆପଣଙ୍କ ବୟସ ଯଦି ତିରିଶ ଛୁଇଁ ସାରିଛି କଣ କରିବେ ଓ କଣ କରିବେ ନାହିଁ ତାହା ଜାଣି ରଖିବା ଦରକାର । ୩୦ ବର୍ଷ ବୟସ ପରେ ନିଜ ସ୍ବାସ୍ଥ୍ୟ ନେଇ ସଚତେନ ହେବାର ଯଥେଷ୍ଟ ଆବଶ୍ୟକତା ରହିଛି । ଆପଣ କଣ ଖାଇବେ କଣ ନଖାଇବେ ସେଥିପ୍ରତି ଧ୍ୟାନଦେବା ଜରୁରୀ । କାରଣ ବୟସ ବଢିବା ସହ ଆପଣଙ୍କ ଶରୀରରେ ଅନେକ ପରିର୍ବତ୍ତନ ଦେଖିବାକୁ ମିଳେ । ଯଦି ଆପଣ ସଠିକ ଖାଦ୍ୟ ଖାଉଛନ୍ତି ଏବଂ ନିୟମିତ ବ୍ୟାୟାମ କରୁଛନ୍ତି ତେବେ ଆପଣଙ୍କ ଶରୀରର ବୃକକ୍, ଯକୃତ, ହୃତପିଣ୍ଡ, ହାଡ ସବୁ ସୁସ୍ଥ ରହିବ । କେବଳ ସେତିକି ନୁହେଁ ଆପଣ ଏ ସବୁ କରିବା ଦ୍ୱାରା ସୁସ୍ଥ ରହିବା ସହ ୟଙ୍ଗ ମଧ୍ୟ ରହିବେ । ତେବେ ୩୦ ବର୍ଷ ପରେ ଆପଣ କଣ ଖାଇବା ଦରକାର ଏବଂ କଣ ନୁହେଁ ଆସନ୍ତୁ ସେ ବିଷୟରେ ଜାଣିରଖିବା ।
ଚିନି ଏବଂ ମିଠା ଜାତୀୟ ଖାଦ୍ୟ
୩୦ ବର୍ଷ ପରେ ଚିନି, ମିଠା, ଚକୋଲେଟ, କୋଲ୍ଡ ଡ୍ରିଙ୍କ୍ସ, ଚା ଭଳି ଖାଦ୍ୟ କମ୍ କରିଦେବା ଆବଶ୍ୟକ । ମିଠା ଜାତୀୟ ଖାଦ୍ୟ ଆମ ଶରୀରରେ କ୍ୟାଲୋରୀ ବୃଦ୍ଧି କରିଥାଏ । ଦୀର୍ଘ ଦିନ ଧରି ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ବାରା ଏହା ଶରୀରରେ ଡାଏବେଟିସ୍ ବୃଦ୍ଧି କରିବା ସହ ମୋଟାପା ବଢାଇଥାଏ ଏବଂ ହାଡ ଦୁର୍ବଳ ହେବାର ଆଶଙ୍କା ମଧ୍ୟ ଥାଏ ।
ବାହାର ଖାଦ୍ୟ ଖାଇବା କମ୍ କରନ୍ତୁ
ବାହାରର ଖାଦ୍ୟ ଘର ଖାଦ୍ୟ ଅପେକ୍ଷା ଅଧିକ ସୁସ୍ୱାଦୁ ଲାଗୁଥିବାବାବେଳେ ଆମେ ଅନକେ ସମୟରେ ଷ୍ଟ୍ରିଟ ଫୁଡ ଏବଂ ରେସ୍ତୋରାଁରୁ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ତେବେ ବାହାର ଖାଦ୍ୟ ଅଧିକ ତେଲ,ମସଲା ଏବଂ କେମିକାଲ ଯୁକ୍ତ ହୋଇଥିବାବାବେଳେ ଏହା କୋଲେଷ୍ଟ୍ରଲ ବଢାଇଥାଏ ଯାହା ଶରୀର ପାଇଁ ବେଶ୍ କ୍ଷତିକାରକ ହୋଇପାରେ ।
ଅଟା ଏବଂ ମଇଦାଠାରୁ ଦୁରେଇ ରୁହନ୍ତୁ
୩୦ ର୍ବଷ ବୟସ ପରେ ଆପଣ ଅଟା ଓ ମଇଦା ଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ । ବଜାରରେ ମିଳୁଥିବା ଅନେକ ରେଡିମେଡ୍ ଫୁଡ୍ ମଇଦା ଯୁକ୍ତ ହୋଇଥାଏ ତେଣୁ ଏଥିରୁ ଦୁରେଇ ରହିବା ଦରକାର । ଗହମ ରୁଟି ବ୍ୟତୀତ ବଜାରରେ ମିଳୁଥିବା ମକା, ବାଜରା, ଚଣା ଏବଂ ମାଣ୍ଡିଆରେ ପ୍ରସ୍ତୁତ ଅଟାର ଆପଣ ବ୍ୟବହାର କରିପାରିବେ । ଏଭଳି ମିକ୍ସ ଅଟା ଖାଇବା ଦ୍ବାରା ଡାଏବଟେିସ୍ ଏବଂ ମୋଟାପଣର ଭୟ କମ୍ ଥାଏ ।
ମଦ, ମାଂସକୁ ନାଁ
ଯଦି ଆପଣ ମାଂସାହାରୀ ତେବେ ତିରିଶ ପରେ ମାଂସ ଖାଇବା କମ କରିଦିଅନ୍ତୁ । ରେଡ୍ ମିଟ୍ ଏବଂ ପ୍ରୋସେସଡ୍ ମିଟ୍ ଖାଇବା ଦ୍ୱାରା ଏହା ଶରୀରରେ ଅନେକ କୁପ୍ରଭାବ ପକାଉଥିବା ରିସର୍ଚ୍ଚ ରିପୋର୍ଟ କହୁଛି । ଅନ୍ୟପଟେ ୩୦ବର୍ଷ ପରେ ଲିଭର ଏବଂ କିଡନୀର କ୍ଷମତା ଧିରେ ଧିରେ କମିବାକୁ ଲାଗେ ତେଣୁ ଆପଣ ଯଦି ମାଦକ ଦ୍ରବ୍ୟର ସେବନ କରୁଛନ୍ତି ଏହାକୁ ଯଥା ଶୀଘ୍ର ବର୍ଜନ କରନ୍ତୁ । ଏଥିସହ ନିୟମିତ ଅତିକମରେ ଦିନକୁ ୩୦ ମିନିଟ ବ୍ୟାୟାମ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।
ଏସବୁ ନିୟମକୁ ପାଳନ କରିବା ସହ ଆପଣ ନିଜକୁ ସୁସ୍ଥ ରଖିବା ସହ ୟଙ୍ଗ ମଧ୍ୟ ରହିପାରିବେ । ନିଜ ଲାଇଫ ଷ୍ଟାଇଲକୁ ପରିବର୍ତ୍ତନ କରନ୍ତୁ ଓ ଫିଟ୍ ରୁହନ୍ତୁ ।
')}