କରୋନା ପୀଡ଼ିତଙ୍କ ମୃତ୍ୟୁ ପରେ କେମିତି କରିବେ ଅନ୍ତ୍ୟେଷ୍ଟି ?

1 min read

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ରୋକିବାକୁ ଲାଗୁ ହୋଇଛି ଲକଡାଉନ୍ । ଏପରିକି କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଲେ ଅନ୍ତିମ ସଂସ୍କାର ପାଇଁ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ପ୍ରଶ୍ନ ଉଠୁଛି, ମୃତ୍ୟୁ ପରେ ଶରୀରରେ କେତେ ସମୟ ଭାଇରସ୍ ବଞ୍ଚି ରୁହେ ?

ବ୍ୟାପୁଥିବା କରୋନା ଭାଇରସକୁ ନେଇ ଚିନ୍ତାରେ ଦୁନିଆ । କରୋନା ପାଇଁ ଭ୍ୟାକ୍ସିନ୍ ବାହାରି ନଥିବାରୁ ସତର୍କ ରହିବା ଏକମାତ୍ର ଉପାୟ । କରୋନା ସଂକ୍ରମିତଙ୍କୁ ବଞ୍ଚାଇ ରଖିବା ପାଇଁ ବହୁ ଉପାୟ ଗ୍ରହଣ କରାଯାଉଛି । କିନ୍ତୁ, କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମରିଯାଉଛି କି କରୋନା ଭାଇରସ୍ ? ଯଦି ଭାଇରସ୍ ମନ୍ୟୁଷର ମୃତ୍ୟୁ ପରେ ମରୁନି ତେବେ କେତେ ସମୟ ଯାଏଁ ଶରୀରେ ବଞ୍ଚି ରହୁଛି ?

ମୃତ ଶରୀରରେ ୩ରୁ ୪ ଦିନ ବଞ୍ଚେ ଭୂତାଣୁ

ଭାଇରସ୍ ଆକ୍ରମଣରେ କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ବି ତା ଶରୀରରେ ଭୂତାଣୁ ବଞ୍ଚି ରୁହେ । ଯେ ପର୍ଯ୍ୟନ୍ତ ମଣିଷର ଶରୀର ମଧ୍ୟରେ ତରଳ ଏବଂ ଲାଳ ଭଳି ପଦାର୍ଥ ସକ୍ରିୟ ଥିବା ଯାଏଁ ଭୂତାଣୁ ବଞ୍ଚିଥାଏ । ଯଦି ଆକ୍ରାନ୍ତଙ୍କୁ ମୃତ୍ୟୁ ପରେ ପୋତି ଦିଆଯାଏ । ତଥାପି ମୃତ ଶରୀରରେ ତରଳ ପଦାର୍ଥ ସରିବାକୁ ପ୍ରାୟ ୩ରୁ ୪ ଦିନ ଲାଗେ । ଫଳରେ ଭାଇରସ୍ ମୃତ ଶରୀରରେ ୩ରୁ ୪ ଦିନ ଯାଏଁ ବଞ୍ଚି ରହିଥାଏ । ସେହି ସମୟ ମଧ୍ୟରେ ଯଦି କେହି ପୋତା ଯାଇଥିବା ମୃତ ଶରୀରକୁ ବାହାର କରି ମୁହଁ, ଆଖି, ନାକ ଓ ରକ୍ତ ସଂସ୍ପର୍ଶରେ ଆସେ ତେବେ ସେ ସଂକ୍ରମିତ ହେବା ଥୟ ।

ଜାଳିବା ନା ପୋତିବା କେଉଁଠି ଠିକ୍ ?

ବିଜ୍ଞାନ ଅନୁଯାୟୀ ମରଶରୀରକୁ ପୋତିବା ଓ ପୋଡ଼ିବା ୨ଟି ଯାକ ଠିକ୍ । ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଇବାଲୋ ସଂକ୍ରମଣ ସମୟରେ ଆଡଭାଇଜରି ଜାରି କରି ମୃତ ବ୍ୟକ୍ତିଙ୍କୁ ପୋତିପାରିବେ ବୋଲି କହିଛିନ୍ତି । କିନ୍ତୁ ଏଥିପାଇଁ କେତେକ ଉପାୟ ଅବଲମ୍ବନ କରିବାକୁ ପଡ଼ିବ । ମାନେ ପୋତିବା ବେଳେ ଭାଇରସ୍ ସଂକ୍ରମଣର ଆଶଙ୍କା ରହିଛି । ପୋଡ଼ିବା ପ୍ରକ୍ରିୟାରେ ମଧ୍ୟ ସମାନ ଆଶଙ୍କା ରହିଛି । ଜାଳିବା ପରେ ପାଉଁଶରୁ ସଂକ୍ରମଣର ଆଶଙ୍କା ନଥିବା ବେଳେ ପୋତିବାର ୩ରୁ ୪ ଦିନ ଯାଏଁ ମୃତଦେହରେ ତରଳ ପଦାର୍ଥ ଯୋଗୁଁ କରୋନା ଭାଇରସ୍ ବଞ୍ଚିରୁହେ ।

ବାୟୁରେ ବ୍ୟାପେନି ଭୂତାଣୁ

ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟାଙ୍କ ସୂଚନା ଅନୁସାରେ କରୋନା ଭାଇରସ୍ ମୃତଦେହରୁ ବ୍ୟାପି ନଥାଏ । ତାଙ୍କ କହିବା ଅନୁଯାୟୀ ରେସ୍ପିରେଟରି ସିଷ୍ଟମର ଲିକ୍ୱିଡ୍- କଫ, ଲାଳରୁ ବ୍ୟାପେ । କରୋନା କାଶ, ଛିଙ୍କରୁ ସଂକ୍ରମଣ ହୋଇଥାଏ । ଏଥିପାଇଁ ମୃତଦେହର ଅନ୍ତିମ ସଂସ୍କାର ଦ୍ୱାରା କୌଣସି ବିପଦ ନାହିଁ । ମୃତଦେହକୁ ଜାଳିବା ପରେ ମଧ୍ୟ କରୋନା ଭାଇରସ୍ ବାୟୁରେ ବ୍ୟାପେନାହିଁ ।

ମୃତଦେହକୁ ଜାଳିଦେବା ଅଧିକ ସୁରକ୍ଷିତ ଅଟେ । କିନ୍ତୁ ପୋତିବାରେ ବି କୌଣସି ବିପଦ ନାହିଁ । ଏଥିପାଇଁ କେତକ ନିୟମ ପାଳନ କରିବାକୁ ହେବ । ଯେମିତିକି ଶବକୁ ଛୁଇଁବା, ଆଲିଙ୍ଗନ କରିବା, ଚୁମ୍ବନ କରିବା ଇତ୍ୟାଦି । ଏପିରିକି ମୃତଶରୀରକୁ ଧରି ନୂଆ ପୋଷାକ ପିନ୍ଧାଇବା ଅନୁଚିତ୍ । ମୃତଦେହକୁ ଏକ ସିଲ୍ ହୋଇଥିବା ପ୍ୟାକରେ ରଖାଯିବ । ଅନ୍ତିମ ସଂସ୍କାରରେ କମ୍ ଲୋକ ରହିବା ସହିତ ଗଭୀର ଗାତ ଖୋଳି ପୋତିବା ଆବଶ୍ୟକ ।

Leave a Reply