ଓଡ଼ିଶା ବାହାରେ ରହୁଛନ୍ତି କି ? ନିଜ ରାଜ୍ୟକୁ ଫେରିବା ପାଇଁ କେମିତି କରିବେ ପଞ୍ଜୀକରଣ, ଜାଣନ୍ତୁ

1 min read

ଭୁବନେଶ୍ୱର:  ଲକ୍‌ଡାଉନ୍‌ ପରେ ଯେଉଁମାନେ ଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ପ୍ରଥମେ ପଞ୍ଜୀକରଣ କରିବାକୁ ପଡ଼ିବେ । ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ହେଉ ଯିଏ ମଧ୍ୟ ଓଡ଼ିଶା ଫେରିବେ ତାଙ୍କୁ ସରକାରଙ୍କ ପୋର୍ଟାଲରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ । ପୋର୍ଟାଲରେ ମୋବାଇଲ ଦ୍ୱାରା ମଧ୍ୟ ନାମ ପଞ୍ଜୀକରଣ କରାଯାଇ  ପାରିବ । ଗତକାଲିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ତେବେ ଯେଉଁମାନେ ଓଡ଼ିଶା ଫେରିବେ ସେମାନେ ପ୍ରଥମ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ । ତା’ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ସୁସ୍ଥ ଥିଲେ ଘରକୁ ଯାଇପାରିବେ । ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକ କେମିତି ନାମ ପଞ୍ଜୀକରଣ କରିବେ ସେନେଇ ଆଜି ସୂଚନା ଦେଇଛନ୍ତି  ପଞ୍ଜାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଦେବରଞ୍ଜନ କୁମାର ସିଂ ।

ପଞ୍ଜୀକରଣ ପାଇଁ କଣ ଜରୁରୀ ?

ପଞ୍ଜୀକରଣ ପାଇଁ ମୋବାଇଲ ଓ ଆଧାର ନମ୍ବର ଜରୁରୀ । ବାହାରେ ରହୁଥିବା ବ୍ୟକ୍ତି ନାମ ପଂଜିକରଣ ବେଳେ ନିଜ ମୋବାଇଲ ନମ୍ବର ଓ ଆଧାର ନମ୍ବର ଦେବା ବାଧ୍ୟତାମୁଳକ ।

କେମିତି କରିବେ ?

covid19.odisha.gov.in ପୋର୍ଟାଲକୁ ଯାଆନ୍ତୁ । ସେଠାରେ  ଫିଲଅଫ୍ ରେଜିଷ୍ଟ୍ରେସନ୍ ରେ କ୍ଲିକ୍ କରନ୍ତୁ । ଏହାପରେ ନିଜ ବିସ୍ତୃତ ବିବରଣୀ ଦିଅନ୍ତୁ । କେଉଁଠୁ ଓଡ଼ିଶାକୁ ଫେରିବେ ସେ ଅଂଚଳ ବାବଦରେ ଆପଣଙ୍କୁ ତଥ୍ୟ ଦେବାକୁ ପଡିବ ।

କିଏ ଫର୍ମ ପୁରଣ କରିପାରିବେ ?

ଫର୍ମକୁ ଆପଣ ନିଜେ ପୁରଣ କରିପାରିବେ କିମ୍ବା ଆପଣଙ୍କ ପାଇଁ ଅନ୍ୟ କେହି ଏହାକୁ ପୁରଣ କରିପାରିବେ । ଆପଣଙ୍କ ସଂପର୍କୀୟ ମଧ୍ୟ ଆପଣଙ୍କ ପାଇଁ ଫର୍ମ ପୁରଣ କରିପାରିବେ । କିମ୍ବା ଆପଣଙ୍କ ପରିବାର ଲୋକ ଚାହିଁଲେ ଫର୍ମ ପୁରଣ କରି ଗ୍ରାମପଂଚାୟତର ନୋଡାଲ ଅଫିସରଙ୍କୁ ଦେଇପାରିବେ । ନୋଡାଲ ଅଫିସର ଆପଣଙ୍କ ପଂଜୀକରଣ କରିବେ ।

 

Leave a Reply