୩୦ ବର୍ଷ ବୟସ ପରେ ଯୁବକ ଭଳି ଦେଖାଯିବାକୁ ଚାହୁଁଥିଲେ,ଏସବୁ ଖାଦ୍ୟଠାରୁ ଦୂରେଇ ରହୁନ୍ତୁ

୩୦ ବର୍ଷ ବୟସ ପରେ ଶରୀରରେ ପୁର୍ବଭଳି ସତେଜତା ଅନୁଭବ ହୁଏ ନାହିଁ । ଉଭୟ ମହିଳା ଏବଂ ପୁରୁଷଙ୍କ ଶରୀରରେ କେତେକ ପରିବର୍ତ୍ତନ ଦେଖାଦିଏ । ଯେଉଁଥିପାଇଁ ଫ୍ରେଶ ଅନୁଭବ କରିବା ଏକ ଚ୍ୟାଲେଞ୍ଜ ହୋଇଯାଏ । ହରମୋନରେ ଆସିଥିବା ପରିବର୍ତ୍ତନ କାରଣରୁ ଆଖି ସମସ୍ୟା, କେଶ ଧଳା ହେବା ଏବଂ ମୁଁହଁରେ ଦାଗ ଆଦି ଦେଖାଦେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ବୈଜ୍ଞାନିକଙ୍କ କହିବା ଅନୁସାରେ ଏହା ପଛର କାରଣ ଆମର ନିତିଦିନିଆ ଖାଦ୍ୟପେୟ । ତେଣୁ ୩୦ ବର୍ଷ ବୟସ ପରେ ଡାଇଟରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ । କେମ୍ବ୍ରିଜ ବିଶ୍ୱ ବିଦ୍ୟାଳୟର ଏକ ରିପୋର୍ଟ ଅନୁସାରେ ଜଣେ ବ୍ୟକ୍ତିକୁ ଦିନରେ ୨୩୦୦ ମିଲିଗ୍ରାମରୁ ଅଧିକ ସୋଡିୟମ ନେବା ଅନୁଚିତ୍। ଏହାଦ୍ୱାରା ସ୍କିନ ଏଜିଙ୍ଗ ସମସ୍ୟା ଏବଂ ରକ୍ତଚାପ ଭଳି ସମସ୍ୟା ଦେଖାଦିଏ ।

୩୦ ବର୍ଷ ବୟସ ହେବାମାତ୍ରେ ଅଧିକ ଚିନି ଏବଂ କାର୍ବୋହାଇଡ୍ରେଟ ଖାଦ୍ୟ ଠାରୁ ଦୂରେଇ ରହିବା ଉଚି୍ତ । କାରଣ ବୟସ ବଢିବା ସହିତ ନିଦ ଧୀରେ ଧୀରେ କମ ହୋଇଯାଏ ଏବଂ ଓଜନ ବୃଦ୍ଧି ହୋଇଥାଏ ବୋଲି କୁହନ୍ତି ଡାଇଟିସିଆନ ମାର୍ଥା ମ୍ୟାକଟ୍ରିକ ।

ଦିନରେ ଅଲଟ୍ରା ଭାଓଲେଟ ରଶ୍ମି ସମ୍ପର୍କରେ ଆସିବା ଦ୍ୱାରା ତ୍ୱଚାକୁ କ୍ଷତି ପହଞ୍ଚିଥାଏ । କିନ୍ତୁ ଶୋଇବା ପରେ ରାତିରେ ଆମ ସେଲ୍ସ ଏହାକୁ ରିପେୟାର କରିଦିଏ ।

ହ୍ୱାଇଟ ବ୍ରେଡ ଶରୀର ପାଇଁ କ୍ଷତିକାରକ । ଏହା ପେଟଜନିତ ସମସ୍ୟା ସୃଷ୍ଟି କରିଥାଏ । ଏହି ବୟସରେ ଫ୍ରାଏଡ ଫୁଡ ଏବଂ ଜଙ୍କ୍ଫୁଡ ଠାରୁ ଦୂରେଇ ରହିବା ଉଚିତ୍। କାରଣ ଏହାର କୁପ୍ରଭାବ କେଶ ଏବଂ ତ୍ୱଚା ଉପରେ ବହୁଳ ପରିମାଣରେ ପଡ଼ିଥାଏ ।

ସବୁଠାରୁ ଖାସ କଥା ହେଉଛି ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ ।

ଏହାଦ୍ୱାରା ଲିଭର ଖରାପ ହେବା ସହିତ ଓଜନ ବୃଦ୍ଧି ଏବଂ ମଧୁମେହ ଭଳି ସମସ୍ୟା ଦେଖାଦିଏ । କେବଳ ସେତିକି ନୁହେଁ ଲାଲ ମାଂସ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହା ବଦଳରେ ଆପଣ ଖାଦ୍ୟରେ ସାଲମନ ଫିସ ସାମିଲ କରିପାରିବେ ।

Leave a Reply