ବୟସ ହେବା ସହ କେମିତି ବଢିବ ସ୍ମରଣ ଶକ୍ତି

ବୟସ ବଢିବା ସଙ୍ଗେ ସାଧାରଣତଃ ମଣିଷର ସ୍ମରଣ ଶକ୍ତି କମି କମି ଯାଏ । ଏହାକୁ ନେଇ ଅନେକ ଅସୁବିଧାର ସିକାର ହେବାକୁ ମଧ୍ୟ ପଡିଥାଏ । ତେବେ ଆସନ୍ତୁ ଜାଣିବା ସ୍ମରଣ ଶକ୍ତି ବଢେଇବାକୁ କ’ଣ ସବୁ ସହଜ ଉପାୟ ରହିଛି…

ଆପଣ ପ୍ରତିଦିନ କିଛି ସମୟ ସାଙ୍ଗମାନଙ୍କ ସହ ଗପୁଛନ୍ତି କି ?

Image result for phone talking

ଯଦି ହଁ, ତେବେ ଏହା ଆପଣଙ୍କ ସ୍ମରଣ ଶକ୍ତି ବଢ଼ାଇବାରେ ଅନେକାଂଶରେ ସହାୟକ ହୋଇପାରିବ ବୋଲି ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି । ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ଗୋଟିଏ ଗ୍ରୁପ୍‌କୁ ପ୍ରତିଦିନ ପରସ୍ପର ସହ ଗପିବାକୁ ପରାମର୍ଶ ଦିଆଯାଇଥିଲା । ଅପରପକ୍ଷରେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ସେମାନଙ୍କର ସ୍ମରଣ ଶକ୍ତିରେ କି ପ୍ରକାର ସୁପ୍ରଭାବ ପଡୁଛି ତାହା ବିଶେଷଜ୍ଞମାନେ ଲକ୍ଷ୍ୟ କରିଥିଲେ ।

ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତିଙ୍କର ସ୍ମରଣ ଶକ୍ତିରେ ଉନ୍ନତି ପରିଲକ୍ଷିତ ହୋଇଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେବେ ଏହି ଗପିବା ସମୟ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେମାନେ ପରାମର୍ଶ ଦେଇଛନ୍ତି ।

Leave a Reply