ବୁଲିବାଠୁ ନେଇ ଭିଡିଓ ଦେଖିବା ଯାଏ, ଆପଣଙ୍କ ଉପରେ ନଜର ରଖିଛି ଗୁଗଲ୍

How To Delete The Scary Amount Of Data Google

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍ ଗୁଗଲ ଆପଣଙ୍କ ଡାଟା ସଂଗ୍ରହ କରୁଛି । ଗୁଗଲ୍ ସଂଗ୍ରହ କରୁଥିବା ଡାଟା ଆପଣଙ୍କ ଭାବନା ଠାରୁ ଢ଼େର୍ ଅଧିକ । ଆପଣ ୟୁଟ୍ୟୁବରେ ଦେଖୁଥିବା ଭିଡିଓଠୁ ନେଇ ଆପଣ କେଉଁ ଆଡ଼େ, କେଉଁ ରାସ୍ତାରେ ଯାଉଛନ୍ତି ତାର ଟିକିନିଖି ଡିଟେଲ୍ସ ରଖୁଛି ଗୁଗଲ୍ ମ୍ୟାପ୍ । ତେବେ ଆପଣ ଏସବୁ ତଥ୍ୟକୁ ଡିଲିଟ୍ କରି ଆପଣଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିପାରିବେ ।

ଆପଣଙ୍କ ହାତରେ ଆଇଫୋନ୍ କିମ୍ବ ଏଣ୍ଡ୍ରୟଡ୍ ଯାହା ବି ଥାଉ । କିନ୍ତୁ ଆପଣଙ୍କ ବ୍ୟକ୍ତିଗତ ସୂଚନା ଗୁଗଲ୍ ସର୍ଭରରେ ରହୁଛି । ୨୦୧୯ରିୁ ଗୁଗଲ୍ ଲୋକେସନ୍ ଡାଟାରେ ପରିବର୍ତ୍ତନ ଆଣିଛି । ଯେଉଁଥିରେ ରହିଛି ଅଟୋଡିଲିଟ୍ ବିକଳ୍ପ । ଯାହାଦ୍ୱାରା ଆପଣ ଲୋକେସନ୍ ଡାଟାକୁ ସ୍ୱତଃପ୍ରବୃତ ସମୟାନୁସାରେ ଡିଲିଟ୍ କରିପାରିବେ । ଏଥିସହ ଗୁଗଲ୍ ମ୍ୟାପରେ ଇକୋଗ୍ନିଟୋ ମୋଡ୍ ରହିଛି ।

How To Delete The Scary Amount Of Data Google

ତେବେ ଗୁଗଲ୍ ନିକଟରେ ଥିବା ଆପଣଙ୍କ ତଥ୍ୟକୁ ଆକ୍ସେସ୍ କରି ହଟାଇ ହେବ । ସେଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଦେଖିବାକୁ ପଡ଼ିବ ଆପଣଙ୍କ ବିଷୟରେ ଇଣ୍ଟରନେଟ୍ ୟୁଜର୍ସଙ୍କୁ କଣ ଦେଖାଉଛି । ଏଥିପାଇଁ ବ୍ରାଉଜରରେ ଗୁଗଲ୍ ଆକାଉଣ୍ଟ ପେଜରେ କ୍ଲିକ୍ କରନ୍ତୁ । ଆଉ ସେଠାରେ ଆପଣଙ୍କ ୟୁଜରନେମ୍ ଟାଇପ୍ କରନ୍ତୁ । ଏହାପରେ ଆପଣଙ୍କୁ ମେନ୍ୟୁ ବାର ଦେଖାଯିବ । ସେଥିରୁ ଆପଣ ପର୍ସନାଲ ଇନଫୋ ଚୟନ କରି ସୂଚନା ଦେଖନ୍ତୁ । ସେଠାରେ ଆପଣଙ୍କ ଫଟୋ, ନାଁ, ଇମେଲ ଆଡ୍ରେସ, ଲିଙ୍ଗ, ଜନ୍ମଦିନ ଆଦିକୁ ପରିବର୍ତ୍ତନ ସହ ଡିଲିଟ୍ କରିପାରିବେ ।

ଆଉ ଯଦି ଆପଣଙ୍କ କିଛି ସୂଚନା ସର୍ବସାଧାରଣରେ ଉପଲବ୍ଧ ହେଉଛି ତାକୁ ପରିବର୍ତ୍ତନ କରି ବ୍ୟକ୍ତିଗତ କରିପାରିବେ । ଆଉ ଆପଣଙ୍କ ତଥ୍ୟକୁ ଡିଲିଟ୍ କରିବାକୁ ଚାହୁଁଥିଲେ ଗୁଗଲ୍ ଆକାଉଣ୍ଟରୁ ସାଇନ୍ ଇନ୍ କରି ଡାଟା ଆଣ୍ଡ ପ୍ରାଇଭେସୀକୁ ଯାଇ ଅଟୋ ଡିଲିଟ୍ ବିକଳ୍ପ ଚୟନ କରନ୍ତୁ ।

Leave a Reply