ଦେଶ ଭିତରେ କେମିତି ବଦଳାଇବେ ପରୀକ୍ଷା କେନ୍ଦ୍ର ଜାଣନ୍ତୁ…

1 min read

ନୂଆଦିଲ୍ଲୀ: ଲକଡାଉନ୍ ପାଇଁ ସ୍ଥଗିତ ଥିବା ସିବିଏସଇର ପରୀକ୍ଷା ହେବ । ଏନେଇ ସିବିଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସିବିଏସଇର ଦମଶ ପରୀକ୍ଷା କେବଳ ଉତ୍ତର-ପୂର୍ବ ଦିଲ୍ଲୀରେ ହେବାକୁ ଥିବାବେଳେ ସାରା ଦେଶରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ । ଜୁଲାଇ ୧ରୁ ପରୀକ୍ଷା ଆରମ୍ଭ ହୋଇ ୧୫ ଜୁଲାଇ ମଧ୍ୟରେ ସରିବା ନେଇ ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ସ୍ଥିରୀକୃତ କେନ୍ଦ୍ରରେ ପରୀକ୍ଷା ହେବ । ପରୀକ୍ଷାର୍ଥୀ ସ୍ଥିରୀକୃତ ପରୀକ୍ଷା କେନ୍ଦ୍ରଠାରୁ ଦୂରରେ ଥିଲେ ସିବିଏସଇ ପରୀକ୍ଷାର୍ଥୀ ଥିବା ଜିଲ୍ଲାର କେନ୍ଦ୍ରରେ ପରୀକ୍ଷା ଦେବାକୁ ଅନୁମତି ଦେବ । ପ୍ରତି ଜିଲ୍ଲାରେ ସିବିଏସଇ ଅନୁବନ୍ଧିତ ଗୋଟିଏ ସ୍କୁଲକୁ ନୋଡାଲ ସେଣ୍ଟର କରାଯିବ ।

କେମିତି ବଳଦାଇବେ ସେଣ୍ଟର ?

ନିୟମିତ ପରୀକ୍ଷାର୍ଥୀ ନିଜ କେନ୍ଦ୍ରଠାରୁ ଦୂରରେ ଦେଶର କୌଣସି ଜିଲ୍ଲାରେ ଥିଲେ ସେଣ୍ଟର ବଦଳାଇବା ପାଇଁ ଅନୁରୋଧ କରିପାରିବେ ।

୧) ଶିକ୍ଷାର୍ଥୀ ହଷ୍ଟେଲରେ ରହୁଥିବା ଆବଶ୍ୟକ ।

୨) ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ପାଉଥିବା ଶିକ୍ଷାର୍ଥୀ ।

୩) ଦେଶ ଭିତରେ ଅନ୍ୟତ୍ର ସ୍ଥାନ ପରିବର୍ତ୍ତନ କରିଥିବା ଶିକ୍ଷାର୍ଥୀ ।

ତେବେ, ପରୀକ୍ଷାର୍ଥୀ ଜିଲ୍ଲା ଭିତରେ ସେଣ୍ଟର ପରିବର୍ତ୍ତନ କରିପାରିବେ ନାହିଁ । ପରୀକ୍ଷାର୍ଥୀ ରହୁଥିବା ଜିଲ୍ଲାରେ ସିବିଏସଇ ଅନୁବନ୍ଧିତ ସ୍କୁଲ୍ ନଥିଲେ ନିକଟସ୍ଥ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହେବ । କଣ୍ଟେନମେଣ୍ଟ ଜୋନରେ ଥିବା ସ୍କୁଲରେ ପରୀକ୍ଷା କରାନଯାଇ ବାହାରେ କେନ୍ଦ୍ର କରାଯିବ ।

ଆବେଦନ କେମିତି କରିବେ ?

ପରୀକ୍ଷାର୍ଥୀ ନିଜ ସ୍କୁଲରେ କେନ୍ଦ୍ର ପରିବର୍ତ୍ତନ ପାଇଁ ଆବେଦନ କରିପାରିବେ ବୋଲି ସିବିଏସଇ ସୂଚନା ଦେଇଛି ।

୧) ନିଜକୁ ସ୍କୁଲକୁ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ପାଇଁ ଜଣାଇବା ପରେ ସ୍କୁଲ୍ କର୍ତ୍ତୃପକ୍ଷ ସିବିଏସଇକୁ ଜଣାଇବେ ।

୨) ଏଥିପାଇଁ ସ୍କୁଲ ଇ-ପରୀକ୍ଷା ପୋର୍ଟାଲର ବ୍ୟବହାର କରିବେ ।

୩) ସିବିଏସଇ ଇ-ପରୀକ୍ଷା ପୋର୍ଟାଲରେ କରାଯାଇଥିବା ଆବେଦନ ଗ୍ରହଣୀୟ ।

ସିବିଏସଇ ଅନୁବନ୍ଧିତ ସ୍କୁଲ୍ ନଥିବା ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହେବନାହିଁ । କେନ୍ଦ୍ର ପରିବର୍ତ୍ତନ ଅନୁମତି ପତ୍ରକୁ ସାଙ୍ଗରେ ଆଣି ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଆସିବେ । ଏଥିସହ ପୁରୁଣା ଆଡମିଟ୍ କାର୍ଡ ଓ ସ୍କୁଲ୍ ପରିଚୟ ପତ୍ର ସାଙ୍ଗରେ ନେବାକୁ ପଡ଼ିବ । ତେବେ, ଦେଶ ବାହାରେ ଥିବା ପରୀକ୍ଷାର୍ଥୀଙ୍କ ଲାଗି ବିଦେଶରେ କୌଣସି ବ୍ୟବସ୍ଥା ହେବନାହିଁ । ଆଣ୍ଡ୍ରଏଡ୍ ଫୋନ୍ ପାଇଁ ଜୁନ୍ ୨୦ ସୁଦ୍ଧା ପ୍ଲେ ଷ୍ଟୋରରେ ସିବିଏସଇର ଆପ୍ ଅକଜାମିନେସନ୍ ସେଣ୍ଟର ଲୋକେଟର ଆପ୍ଲିକେସନ୍ ଉପଲବ୍ଧ ହେବ । ପରୀକ୍ଷାର୍ଥୀ ଆପ୍ ମାଧ୍ୟମରେ ପରୀକ୍ଷା କେନ୍ଦ୍ରର ସୂଚନା ପାଇପାରିବେ ।

Leave a Reply