ରାଜଧାନୀରେ କେମିତି ପାଳିବେ ଦୀପାବଳି ? ଜାଣନ୍ତୁ କମିଶନରେଟ ପୋଲିସର ନିୟମ

1 min read

ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଦୀପର ଆଲୁଅରେ ଆଲୋକିତ ହେବ ପୁରପଲ୍ଲୀ ଓ ସହର-ବଜାର । ଆତସବାଜିରେ କମ୍ପିବ ରାଜଧାନୀ । ଭୁବନେଶ୍ୱରର ବରମୁଣ୍ଡା, ନୟାପଲ୍ଲୀ, ରସୁଲଗଡ଼ରେ ବାଣ ଦୋକାନର ପସରା ମେଲିଛି । ରକେଟ, କୁମ୍ପି, ଝରଝରି, ତାଳ ଫୋଟକା, ଲଙ୍କା ବାଣ, ଚକ୍ରି ଭଳି ବାଣ ବିକ୍ରି କରୁଛନ୍ତି ବ୍ୟବସାୟୀ । ଶାନ୍ତି, ଶୃଙ୍ଖଳାରେ ବାଣ ଫୁଟେଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି କମିଶନେରେଟ ପୋଲିସ ଓ ଅଗ୍ନିଶମ ବିଭାଗ ।

Cracker Shop Bhubneswar

ତେବେ ଚଳିତବର୍ଷ ଅଧିକ ଉଚ୍ଚ ଶବ୍ଦ ବାଣ ବିକ୍ରିକୁ ନିଷେଧ କରାଯାଇଛି । ବାୟୁମଣ୍ଡଳ ପ୍ରଦୂଷଣ ନକରିବା ପାଇଁ ଲୋକମାନେ ଅଧିକ ଶବ୍ଦଯୁକ୍ତ ବାଣ କିଣିବାକୁ ମଧ୍ୟ ପସନ୍ଦ କରୁନଥିବା କହିଛନ୍ତି ରାଜଧାନୀବାସୀ  । କମିଶନେରେଟ ପୋଲିସର ଅନୁମତି କ୍ରମେ ବରମୁଣ୍ଡା , ନୟାପଲ୍ଲୀ , ରସୁଲଗଡ଼ରେ ବାଣ ଷ୍ଟଲ ଖୋଲିଛି । ଚଳିତ ବର୍ଷ ୩୦୦ରୁ ଅଧିକ ବାଣ ଦୋକାନକୁ କମିଶନରେଟ ପୋଲିସ ଅସ୍ଥାୟୀ ଲାଇସେନ୍ସ ଦେଇଛି । ପଦ୍ମପୁର, ଜଟଣୀ, କଟକରୁ ବାଣ ଆଣି ବ୍ୟବସାୟୀ ବିକ୍ରି କରୁଛନ୍ତି । ନିରାପଦ ବାଣ ଫୁଟେଇବା ଓ ଆତସବାଜି ଉତ୍ସବକୁ ଅଧିକ ଶାନ୍ତି ଶୃଙ୍ଖଳାରେ ପାଳିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ହସ୍ପିଟାଲ, ଧାର୍ମିକସ୍ଥଳ, କଲେଜ, ସ୍କୁଲ ନିକଟରେ ବାଣ ନଫୁଟାଇବାକୁ ଅନୁରୋଧ କରାଯାଇଛି । ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି । ୧୨୫ ଡେସିବେଲରୁ ଅଧିକ ଶବ୍ଦର ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି । ବାଣ ଫୁଟାଇବା ସମୟରେ ପୋଲିସର ସ୍ୱତନ୍ତ୍ର ଟିମ ପାଟ୍ରୋଲିଂ କରିବ ।Cracker Shop Bhubneswar

ଆଜି କମିଶନରେଟ ପୋଲିସ, ଅଗ୍ନିଶମ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନେଇ ଗଠିତ ଟିମ୍ ଖଣ୍ଡଗିରି, ମଞ୍ଚେଶ୍ୱର ଓ ଜଟଣୀ ଥାନା ଅଞ୍ଚଳରେ ବିଭିନ୍ନ ବାଣ ଦୋକାନ ବୁଲି ଯାଞ୍ଚ କରିଛି । ତେବେ, ପାଗ ଅନୁକୂଳ ନଥିବାରୁ ବ୍ୟବସାୟରେ ଅଧିକ ଲାଭ ହେବ ନାହିଁ ବୋଲି ବ୍ୟବସାୟୀ କହିଛନ୍ତି । ')}

Leave a Reply