ନଜର ପକାନ୍ତୁ ହ୍ବାଟ୍ସଆପରେ କେମିତି କରିବେ ନନ୍ଦନକାନନ ପାଇଁ ଟିକେଟ ବୁକିଂ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ହ୍ବାଟସଆପରେ ମାଧ୍ୟମରେ ଟିକେଟ ବୁକିଂ ଗତ ୧୮ ତାରିଖରୁ  ଆରମ୍ଭ ହୋଇଛି। ଭାରତର କୌଣସି ଚଡ଼ିଆଖାନାରେ ଏଭଳି ସୁବିଧା ନାହିଁ । ପ୍ରଥମ ପ୍ରାଣୀ ଉଦ୍ୟାନ ଭାବେ ନନ୍ଦନକାନନରେ ଏଭଳି ସୁବିଧା କରାଯାଇଛି । ହ୍ବାଟସଆଫ୍ ନମ୍ବର 7671844856ରେ ହାଏ କଲେ ୱେଲକମ ଟୁ ନନ୍ଦନକାନନ ଆସିବ। ଇଂରାଜୀ, ହିନ୍ଦୀ, ଓଡ଼ିଆ ଓ ଅନ୍ୟ ଭାଷାରେ ଆସିବ। ପ୍ରୋସେସ ଅନୁସାରେ ଟିକେଟ କାଟିବେ । ଟିକେଟ କାଉଣ୍ଟରରେ ମଧ୍ୟ ବାରକୋଡ୍‌ ଲଗାଯାଇଛି ।

ହ୍ଟାଟସଆପ୍‌ ଅନ କରି ମୋବାଇଲ କ୍ୟାମେରାରେ ବାରକୋଡ୍‌କୁ ସ୍କାନ କଲେ ଟିକେଟ କାଟିବାର ପ୍ରସ୍ୟୋଜର ଶୋ କରିବ । କେତେଜଣଙ୍କ ପାଇଁ ଟିକେଟ କଟାଯିବ, ସିଲେକ୍ଟ କଲାପରେ ଅନ ଲାଇନ ମାଧ୍ୟମରେ କେତେଟଙ୍କା କଟିବ ଶୋ କରିବ, ଫୋନ ପେ, ଗୁଗୁଲ ପେ, ପେଟିଏମ ଆଦି ମାଧ୍ୟମରେ ପେମେଣ୍ଟ କଟିବ। ପରେ ପରେ ଟିକେଟ ମେସେଜ ଆସିବ । ମେସେଜ ଦେଖାଇ ନନ୍ଦନକାନ ପ୍ରାଣୀଉଦ୍ୟାନକୁ ପ୍ରବେଶ କରିପାରିବେ ପର୍ଯ୍ୟଟକ । ଏହି ସୁବିଧାରେ ଏହା ମଧ୍ୟରେ ୫ ହଜାର ୨୩୨ ଜଣ ପର୍ଯ୍ୟଟକ ଟିକେଟ କାଟି ନନ୍ଦନକାନ ବୁଲି ସାରିଲେଣି।