spot_img

Latest Posts

ସାଂସଦ କି ମନ୍ତ୍ରୀ କିଛି ନହୋଇବି ପ୍ରିୟଙ୍କାଙ୍କୁ କାହିଁକି ମିଳିଲା ସରକାରୀ ବାସଭବନ । ଜାଣନ୍ତୁ………..

ନୂଆଦିଲ୍ଲୀ:କେନ୍ଦ୍ର ସରକାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ୧ ଅଗଷ୍ଟ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନକୁ ଖାଲି କରିବା ପାଇଁ କହିଛନ୍ତି । କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ଦିଲ୍ଲୀର ଲୋଧି ଏଷ୍ଟ୍ରେଟରେ ଥିବା ସରକାରୀ ବଙ୍ଗଳା ଛାଡିବାକୁ ନୋଟିସ୍ ଦିଆଯାଇଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଙ୍ଗଳବାର ନଗର ଉନ୍ନୟନ ମନ୍ତ୍ରାଳୟକୁ ଏକ ଚିଠି ଲେଖିଥିଲା । ଚିଠିରେ ଉଲ୍ଲେଖ ଥିଲା, ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସିଆରପିଏଫ୍ ସହ ଜେଡ୍ ପ୍ଲସ୍ ସିକ୍ୟୁରିଟି ଦିଆଯାଇଛି । ଏଥିରେ ସରକାରୀ ବାସଭବନ ବଣ୍ଟନ ପାଇଁ କୌଣସି ନିୟମ ନାହିଁ । ପ୍ରିୟଙ୍କା ଗାନ୍ଧିଙ୍କୁ ଏବେ ଏସପିଜି ସୁରକ୍ଷା ମଧ୍ୟ ମିଳିନାହିଁ । ବୁଧବାର ଇଷ୍ଟେଟ୍ ନିର୍ଦ୍ଦେଶାଳୟ କଂଗ୍ରେସ ନେତାଙ୍କ ଆବଣ୍ଟନକୁ ବାତିଲ କରି ଏକ ମାସ ମଧ୍ୟରେ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନୋଟିସରେ ଦର୍ଶାଯାଇଛି ଯେ ଜେଡ୍ ପ୍ଲସ୍ ସୁରକ୍ଷା ପାଉଥିବା ବ୍ୟକ୍ତି ସରକାରୀ ବାସଭବନରେ ରହିବାପାଇଁ ହକଦାର ନୁହନ୍ତି । ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ନୋଟିସ୍ ମଧ୍ୟ ଜାରି କରା ଯାଇଥିଲା ଯେଉଁଥିରେ ୩୦ ଜୁନ୍ ୨୦୨୦ ସୁଦ୍ଧା ତାଙ୍କର ୩,୪୬,୬୭୭ ଟଙ୍କା ବକେୟା ଥିଲା । ସୂଚନାନୁସାରେ, ପ୍ରିୟଙ୍କା ଗାନ୍ଧୀ ନୋଟିସ ପାଇବା ପରେ ବାକିଥିବା ପଇସା ଦେଇ ଦେଇଥିଲେ ।

କାହାକୁ ମିଳେ ସରକାରୀ ଆବାସ ?

ପିଟିଆଇ ଅନୁଯାୟୀ, ଫେବୃଆରୀ ୨୧,୧୯୯୭ରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଲୋଧି ରୋଡରେ ଥିବା ସରକାରୀ ବଙ୍ଗଳା  ଦିଆଯାଇଥିଲା । ପ୍ରିୟଙ୍କା ଗାନ୍ଧୀ ୬-ବି ହାଉସ୍ ନମ୍ବର ୩୫ ଲୋଧି ଇଷ୍ଟେଟରେ ତାଙ୍କ ପରିବାର ସହିତ ରୁହନ୍ତି  । ୨୧ ମଇ ୧୯୯୧ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ଗାନ୍ଧୀ ପରିବାରକୁ ଏସପିଜି ସୁରକ୍ଷା ଯୋଗାଇ ଦିଆଯାଇଥିଲା। ପ୍ରିୟଙ୍କା ପ୍ରାୟ ଦୁଇ ଦଶନ୍ଧି ଧରି ଏହି ଘରେ ରହୁଥିଲେ । ଏସପିଜି ସୁରକ୍ଷା ଅଧୀନରେ ଏହି ବଙ୍ଗଳା ଗାନ୍ଧୀ ପରିବାରକୁ ଦିଆଯାଇଥିଲା, କିନ୍ତୁ ଗତ ବର୍ଷ ନଭେମ୍ବରରେ କେନ୍ଦ୍ର ସରକାର ଏସପିଜି ସୁରକ୍ଷା ହଟାଇ ଦେଇଥିଲେ । ବର୍ତ୍ତମାନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସୁରକ୍ଷାକୁ Z + ସୁରକ୍ଷା ଦିଆଯାଇଛି ଯାହା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଅଧୀନରେ ଯାଏ  କିନ୍ତୁ ଜେଡ୍ ପ୍ଲସ୍  ସୁରକ୍ଷାରେ ବଙ୍ଗଳା ଦିଆଯାଏ ନାହିଁ । ଏଜେନ୍ସି ଅନୁଯାୟୀ ପ୍ରିୟଙ୍କା ଗାନ୍ଧୀ ଏହି ବଙ୍ଗଳା ପାଇଁ ମାସକୁ ୩୭ ହଜାର ଟଙ୍କା ଭଡା ଦେଉଥିଲେ। ନିୟମ ଅନୁଯାୟୀ, ଜେଡ୍ ପ୍ଲସ୍ ସୁରକ୍ଷା ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ସରକାରୀ ଆବାସ ମିଳେନାହିଁ, ଗୃହ ମନ୍ତ୍ରଣାଳୟର ମୂଲ୍ୟାଙ୍କନ ଆଧାରରେ କ୍ୟାବିନେଟ୍ କମିଟି ଅନ୍ ଏକୋମୋଡେସନ୍ ଏହାକୁ ସୁପାରିଶ କରିପାରିବ।

priynka home lodhi estate
ଲୋଧି ଇଷ୍ଟେଟର ଏହି ଘର ପାଇଁ ପ୍ରିୟଙ୍କାଙ୍କୁ ନୋଟିସ ହୋଇଛି

୨୦୦୦ ରେ ଏହି ନିୟମ ପରିବର୍ତ୍ତନ କରାଯାଇଥିଲା

ଜଣେ ଅଧିକାରୀ ପିଟିଆଇ ଏଜେନ୍ସିକୁ କହିଛନ୍ତି, ୨୦୦୦ ମସିହାରେ ଏକ ନିୟମ କରାଯାଇଥିଲା ଯେ ଯେଉଁ ବ୍ୟକ୍ତିଙ୍କୁ ଏସପିଜି ସୁରକ୍ଷା ନାହିଁ, ତାଙ୍କୁ କୌଣସି ପ୍ରକାରର ସରକାରୀ ବଙ୍ଗଳା ଦିଆଯିବ ନାହିଁ। ଏହା ପୂର୍ବରୁ ସ୍ଥିର ହୋଇଥିଲା ଯେ  ବଙ୍ଗଳାର ବଜାର ଦର ତୁଳନାରେ ୫୦ ପ୍ରତିଶତ ଅଧିକ ଭଡା  ନିଆଯିବ, କିନ୍ତୁ ପରେ ଏହା 30 ପ୍ରତିଶତକୁ ହ୍ରାସ କରାଯାଇଥିଲା ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି, ରାଜନୈତିକ ବିଚାର ଓ ମତଭେଦ ଉପରକୁ ଉଠି ବ୍ୟକ୍ତିଗତ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ।  ପ୍ରିୟଙ୍କା ଗାନ୍ଧୀଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ହେବା ଆବଶ୍ୟକ । ପ୍ରିୟଙ୍କାଙ୍କ ପରିବାରର ଦୁଇ ଜଣ ସଦସ୍ୟଙ୍କର ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟିଛି । ଏଣୁ ସେମାନଙ୍କ କ୍ଷେତ୍ରରେ ସୁରକ୍ଷା ଓ ଗୃହ ଯୋଗାଇଦେବା ସପକ୍ଷରେ ବିଚାର କରି ସରକାର ସେମାନଙ୍କ ସହ ନ୍ୟାୟ କରିପାରିବେ ।  ସେ କହିଛନ୍ତି,ଏହାକୁ ଦୃଷ୍ଟିରେ ରଖି ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ସମଗ୍ର ଦେଶ ପାଇଁ ଚିନ୍ତାର ବିଷୟ, ଯେଉଁମାନେ ଗତ କିଛି ଦଶନ୍ଧି ଧରି ନିସ୍ୱାର୍ଥପର ଭାବରେ ଦେଶ ସେବା କରିଆସୁଛନ୍ତି ।ତେଣୁ ପ୍ରିୟଙ୍କାଙ୍କ ଏସପିଜି ସୁରକ୍ଷା ପ୍ରତ୍ୟାହାର କରିବା କିମ୍ବା ତାଙ୍କୁ ସରକାରୀ ବାସଭବନରୁ ବାହାର କରିବା ଉଚିତ ନୁହେଁ ।

କଂଗ୍ରେସ ନେତା ପ୍ରିୟଙ୍କାଙ୍କୁ ଘର ଖାଲି କରିବା ପାଇଁ ନୋଟିସ

 

 

Latest Posts

Don't Miss