‘ଅପରେସନ୍ ହାଇଦର’କୁ ହାଇଦ୍ରାବାଦରେ କେମିତି ମିଳିଲା ସଫଳତା… ଜାଣନ୍ତୁ

1 min read

ଭୁବନେଶ୍ୱର: ଦେହ ଖରାପର ବାହାନା ଦେଖାଇ କଟକ ଏସସିବି ଆସିଥିଲା ହାଇଦର । ଏସସିବିରୁ ଫେରାର୍ ହାଇଦରକୁ ଧରିବା ପାଇଁ ରାଜ୍ୟ ବାହାରେ ଡେରା ପକାଇଥିଲା କମିଶନରେଟ୍ ପୋଲିସ । ଆଜି ହାଇଦରକୁ ତେଲଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରୁ ଗିରଫ କରାଯାଇଛି । ଫେରାର୍ ପରଠାରୁ ହାଇଦର ଉପରେ ପୋଲିସ ନଜର ରଖିଥିଲା ବୋଲି ପୋଲିସ କମିଶନର କହିଛନ୍ତି ।

How Police Nabbed Gangster Hyder From Hyderabad

୨ଟି ଟିମ୍ ହାଇଦ୍ରାବାଦରେ ପହଞ୍ଚି ହାଇଦର ଉପରେ ନଜର ରଖିଥିଲେ । ସ୍ଥାନୀୟ ପୋଲିସ ସହାୟତାରେ ସନ୍ଧ୍ୟାରେ ହାଇଦର ବାଇକରେ ଯିବା ବେଳେ କଟକ ଓ ତେଲଙ୍ଗାନା ପୋଲିସ ମିଳିତ ଭାବେ ଗିରଫ କରିଛନ୍ତି । ହାଇଦରକୁ ଓଡ଼ିଶା ଆଣିବା ଲାଗି ବ୍ୟବସ୍ଥା କରାଯାଉଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଓଡ଼ିଶା ଆଣିଲା ପରେ ସେ କେମିତି ଫେରାର୍ ହେଲା, ଫେରାରରେ କିଏ କିଏ ସାମିଲ୍ ପଚରାଉଚରା କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

ଏଥିସହ ପଢ଼ନ୍ତୁ- ତେଲଙ୍ଗାନାରୁ ଗିରଫ ହେଲା ଫେରାର୍ ଗ୍ୟାଙ୍ଗଷ୍ଟର ହାଇଦର

ଫେରାର୍ ହାଇଦରକୁ ହାଇଦ୍ରାବାଦରୁ ଗିରଫ କରିବା ପୋଲିସ ପାଇଁ ବଡ଼ ସଫଳତା ବୋଲି ପୋଲିସ କମିଶନର କହିଛନ୍ତି । ସବୁଠାରୁ ବଡ଼ କଥା ହେଲା ଏସସିବିରୁ ଫେରାର୍ ପରେ ତେଲଙ୍ଗାନାରେ ହାଇଦର ବାଇକରେ ବୁଲୁଥିଲା । ଏସସିବିରୁ ଫେରାର୍ ହେବାର ମାତ୍ର ୫ ଦିନ ଭିତରେ ପୋଲିସ ହାଇଦରକୁ ଧରିଛି । ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ରାତି ରାତି ଅନିଦ୍ରା ରହି ଅପରେସନ୍ କରାଯାଇଥିବା ପୋଲିସ କମିଶନର କହିଛନ୍ତି ।

Leave a Reply