ଏମିତି ‘ବୁଲବୁଲ୍’ ମୁକାବିଲା କଲା ଅଗ୍ନିଶମ ବାହିନୀ

1 min read

ଭୁବନେଶ୍ୱର (ଅରୁଣ ସାହୁ): ଦୁଃଖ ଦେଇଗଲା ‘ବୁଲବୁଲ୍’ । ଉତ୍ତର ଓଡ଼ିଶାରେ ଭାଙ୍ଗିଲା ଘର, ଉଡ଼ିଲା ଛପର । ଯୁଦ୍ଧକାଳୀନ ଭିତ୍ତିରେ ପନରୁଦ୍ଧାର କାର୍ଯ୍ୟ କଲେ ଅଗ୍ନିଶମ କମର୍ଚାରୀ । ହୁଡହୁଡ୍, ତିତିଲି, ଫାଇଲିନ୍, ଫନି ଅଭିଜ୍ଞତା  ‘ବୁଲବୁଲ୍’ରେ ଲାଗିଛି । ସମାନ ଷ୍ଟ୍ରାଟେଜିରେ ବାତ୍ୟା ‘ବୁଲବୁଲ୍’ର ମୁକାବିଲା କରିଛି ଅଗ୍ନିଶମ ବାହିନୀ । ବର୍ଷା, ପବନକୁ ଖାତିରି ନକରି ଟିମ୍ ରାସ୍ତାଘାଟ ସଫା କରିଛି ।

ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ମିଳିତ ଭାବେ ପୁନରୁଦ୍ଧାର କାର୍ଯ୍ୟ କରିଛନ୍ତି । ‘ବୁଲବୁଲ୍’ ପ୍ରଭାବରେ ଉତ୍ତର ଓଡ଼ିଶାରେ ବହୁ ବଡ଼ ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିଲା । ବାତ୍ୟାକୁ ଖାତିର ନକରି ପୂର୍ବ ପ୍ରସ୍ତୁତି ଅନୁସାରେ ଗଛ କାଟି ରାସ୍ତା ସଫା କରିଥିଲା ଟିମ୍ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ଅଗ୍ନିଶମ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା । ଅଗ୍ନିଶମ ଡିଜି ବିଜୟ ଶର୍ମା ବାତ୍ୟା ‘ବୁଲବୁଲ୍’ ମୁକାବିଲ ପାଇଁ ଆଲର୍ଟ ରହିବା ସହ ନିଜେ ନଜର ରଖିଥିଲେ । ଦମକଳ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ମାନଙ୍କୁ ଝଡ଼ର ମୁକାବିଲା ପାଇଁ ପ୍ରସ୍ତତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।ଅନ୍ୟ ଜିଲ୍ଲାର ଅଗ୍ନିଶମ କମର୍ଚାରୀ ମାନଙ୍କୁ ମଧ୍ୟ ଶକ୍ତି ବୃଦ୍ଧି ପାଇଁ ଆଲର୍ଟ ରଖାଯାଇଥିଲା । ୮୬୮ରୁ ଅଧିକ ଅଗ୍ନିଶମ କମର୍ଚାରୀ ମାନଙ୍କୁ ନେଇ ୧୮ଟି ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ଓ ୬୬ଟି ଅଗ୍ନିଶମ କେନ୍ଦ୍ରର ଉଦ୍ଧାରକାରୀ ଦଳଙ୍କୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ରଖାଯାଇଥିଲା । ରାସ୍ତା ଅବରୋଧ ହଟାଇବା ଓ ଜରୁରୀ ପରିସ୍ଥିତିର ମୁକାବିଲା ନିମେନ୍ତ ଆବଶ୍ୟକୀୟ ଯନ୍ତ୍ରପାତି ତଥା ୧୦୦ଟି ପାୱର କଟର୍ସ, ୧୬୮ଟି ଆସ୍କା ଲାଇଟ୍, ୬୩ଟି ପାୱାର ବୋଟ୍ ୟୁନିଟ୍, ଜଳ ନିଷ୍କାସନ ପାଇଁ ୧୩୫ଟି ପମ୍ପ ଇତ୍ୟାଦି ଯନ୍ତ୍ରପାତି ସହିତ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଓ ଯାନବାହନ ସମ୍ପୂର୍ଣ୍ଣ ନିୟୋଜିତ ହୋଇଥିଲା । ଓଡ଼ିଶା ଅଗ୍ନିଶମ ବିଭାଗର ପଦାଧିକାରୀ ମାନଙ୍କୁ ଉପେରାକ୍ତ ୬ଟି ଜିଲ୍ଲାରେ କାର୍ଯ୍ୟ ସମ୍ପାଦନ ତଦାରଖ ନିମେନ୍ତ ଅବସ୍ଥାପିତ କରାଯାଇଥିଲା ।

ଉଦ୍ଧାର କାର୍ଯ୍ୟର ମନିଟରିଂ ପାଇଁ ବାତ୍ୟା ପ୍ରଭାବିତ ଜିଲ୍ଲା ମୁଖ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଥିଲା । ୫୦୦ରୁ ଅଧିକ ଗଛ କାଟି ଅବେରାଧ ହୋଇଥିବା ୭୬ଟି ରାସ୍ତାକୁ ଯାତାୟତ ଯୋଗ୍ୟ କରାଯାଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଦେବଦୂତ ସାଜିଥିଲେ ଅଗ୍ନିଶମ କର୍ମଚାରୀ । ବର୍ଷା, ପବନ ବେଳେ ଅଗ୍ନିଶମ କର୍ମଚାରୀ ଗର୍ଭବତୀଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ବାତ୍ୟା ପ୍ରପୀଡ଼ିତ ଜିଲ୍ଲାର ଲୋକମାନଙ୍କୁ ଜରୁରୀ ସେବା ଯୋଗାଇ ଦେବାରେ ଅଗ୍ନିଶମ ସେବା ସଂସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ସମସ୍ତ କାର୍ଯ୍ୟ ଅଗ୍ନିଶମ ସେବା ସଂସ୍ଥାର ମହାନିରୀକ୍ଷକ ଅସିତ କୁମାର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପନ୍ନ କରାଯାଇଛି । ')}

Leave a Reply