କ୍ୟାନସର ରୋଗୀଙ୍କ ପାଇଁ ସଞ୍ଜିବନୀ ବଜେଟ, ଜାଣନ୍ତୁ କେତେ ଶସ୍ତା ?

1 min read

ନୂଆଦିଲ୍ଲୀ: ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ସେ ତିନୋଟି କ୍ୟାନସର ଔଷଧ ଉପରେ କଷ୍ଟମ ଡ୍ୟୁଟି ହଟାଇବାକୁ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ଔଷଧରେ କଷ୍ଟମ ଡ୍ୟୁଟି ଛାଡ କର୍କଟ ରୋଗରେ ପୀଡିତ ରୋଗୀଙ୍କ ପାଇଁ ସଞ୍ଜିବନୀ ସଦୃଶ ହେବ  । ବଜାରରେ ମିଳୁଥିବା କ୍ୟାନସର ଔଷଧରେ କେତେ ରିହାତି ମିଳିବ? କେଉଁ କର୍କଟ ରୋଗରେ ଏହି ଔଷଧର ବ୍ୟବହାର ହେବ ଓ ଏହା କେତେ ଶସ୍ତା ହେବ ଏସବୁ ଜାଣନ୍ତୁ  ।

ତିନୋଟି କ୍ୟାନସର ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ କରାଯାଇଛି। ସେମାନଙ୍କ ମଧ୍ୟରେ ପ୍ରଥମ ଔଷଧ ହେଉଛି ଟ୍ରେଷ୍ଟୁଜୁମାବ ଡେରକ୍ସଟେକନ୍  । ଏହା ଏକ ଆଣ୍ଟିବଡି ଔଷଧ ଯାହା HER2- ପଜିଟିଭ ସ୍ତନ କର୍କଟ ଚିକିତ୍ସାରେ ବ୍ୟବହୃତ ହୁଏ  । ସ୍ତନ କର୍କଟ ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିଗଲେ ଏହା ବ୍ୟବହୃତ ହୁଏ  । ଏହି ଔଷଧ ଗ୍ୟାଷ୍ଟ୍ରିକ୍ କର୍କଟରେ ମଧ୍ୟ ବ୍ୟବହୃତ ହେଉଛି  ।

ଦ୍ୱିତୀୟ ଔଷଧର ନାମ ହେଉଛି Osimertinib  । ଫୁସଫୁସ କର୍କଟ (NSCLC) ର ଚିକିତ୍ସା ପାଇଁ ଏହା ଏକ ଥେରାପି  । ତୃତୀୟ ଔଷଧର ନାମ ହେଉଛି ଡ୍ୟୁରୱେଲୁମୈବ । ଏହା ଏକ ଇମ୍ୟୁନୋଥେରାପି ଔଷଧ ଯାହାକି PD-L1 ପ୍ରୋଟିନକୁ ଅବରୋଧ କରି କାର୍ଯ୍ୟ କରିଥାଏ, ଯାହା ପ୍ରତିରକ୍ଷା ପ୍ରଣାଳୀ କର୍କଟ କୋଷ ଉପରେ ଆକ୍ରମଣ କରିବାରେ ସାହାଯ୍ୟ କରିଥାଏ । ଏହାର ବ୍ୟବହାର ଛୋଟ ଛୋଟ କୋଷ ଫୁସଫୁସ କର୍କଟ (NSCLC) ରେ ବ୍ୟବହୃତ ହୁଏ  ।

ସି.କେ ବିର୍ଲା ହସ୍ପିଟାଲର ସର୍ଜିକାଲ୍ ଅଙ୍କୋଲୋଜି ବିଭାଗର ନିର୍ଦ୍ଦେଶକ କହିଛନ୍ତି ଯେ କଷ୍ଟମ୍ ଡ୍ୟୁଟିରେ ଛାଡ ହେତୁ ଏହି ଔଷଧ ୧୦ ରୁ ୨୦ ପ୍ରତିଶତ ଶସ୍ତା ହୋଇପାରେ। ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି ଟ୍ରେଷ୍ଟୁଜୁମାବ ଡେରକ୍ସଟେକନ୍ର  ଏକ ଡୋଜ ୨ ଲକ୍ଷ ଟଙ୍କାରେ କିଣୁଥିଲେ, ତେବେ କଷ୍ଟମ ଡ୍ୟୁଟି ହଟାଇବା ପରେ ଏହାର ମୂଲ୍ୟ ୧ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ପଡିବ । ଅନ୍ୟାନ୍ୟ ସମାନ  ଔଷଧର ମୂଲ୍ୟ ମଧ୍ୟ ହ୍ରାସ ପାଇବ । ଯଦିଓ ପ୍ରକୃତ ମୂଲ୍ୟ ହ୍ରାସ ପ୍ରଚଳିତ କଷ୍ଟମ୍ ଡ୍ୟୁଟି ହାର ଏବଂ ଆମଦାନୀ କର ପରି ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଉପରେ ନିର୍ଭର କରିବ  । କିନ୍ତୁ କଷ୍ଟମ୍ ଡ୍ୟୁଟି ହଟାଇବା ପରେ କର୍କଟ ରୋଗୀଙ୍କ ଉପରେ ଆର୍ଥିକ ବୋଝ ହ୍ରାସ ପାଇବ।