ଦିନକ ମଧ୍ୟରେ କେତେ ପରିମାଣର ଲୁଣ ଖାଇବା ଉଚିତ୍‌, ଜାଣନ୍ତୁ

ଲୁଣ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିପାରେ । ତେଣୁ ଦିନକ ମଧ୍ୟରେ କେତେ ପରିମାଣର ଲୁଣ ଖାଇବା ଶରୀର ପକ୍ଷେ ଭଲ ତାହା ଆପଣଙ୍କର ଜାଣିବା ନିହାତି ଜରୁରୀ । ଏହାଦ୍ୱାରା ଆପଣ ସୁସ୍ଥ ରହିପାରିବେ । ତେବେ କେବଳ ଅଧିକ ଲୁଣ ନୁହେଁ ବରଂ ଆବଶ୍ୟକତା ଠାରୁ କମ୍‌ ପରିମାଣର ଲୁଣ ଖାଇଲେ ମଧ୍ୟ ଶରୀରକୁ କ୍ଷତି ପହଞ୍ଚିଥାଏ । ତେବେ ଦିନକୁ କେତେ ପରିମାଣର ଲୁଣ ଖାଇବା ଉଚିତ୍ ‌ଆସନ୍ତୁ ଆଲୋଚନା କରିବା ।


ଆବଶ୍ୟକତା ଠାରୁ ଅଧିକ ପରିମାଣର ଲୁଣ ଖାଇଲେ ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ଭଳି ରୋଗ ହେବାର ସମ୍ଭାବନା ଥାଏ । କେବଳ ସେତିକି ନୁହେଁ ଡିହାଇଡ୍ରେସନ ସମସ୍ୟା ମଧ୍ୟ ଦେଖାଦିଏ ।
ଆମେରିକା ହାର୍ଟ ଆସୋସିଏସନ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିକୁ ପ୍ରତିଦିନ ଅଧିକତର ୨,୩୦୦ ମିଲିଗ୍ରାମ ଲୁଣ ଖାଇବା ଉଚିତ୍‌। କିନ୍ତୁ ୧୫୦୦ ମିଲିଗ୍ରାମର ଲୁଣ ଖାଇବା ଶରୀର ପାଇଁ ଲାଭଦାୟକ । ଏହାକୁ ନମାନିବାର ଅର୍ଥ ରୋଗକୁ ନିମନ୍ତ୍ରଣ କରିବା ।

ଆମେରିକା ହାର୍ଟ ଆସୋସିଏସନର କହିବା ଅନୁସାରେ ଆମେରିକାରେ ପ୍ରତିଦିନ ଲୋକମାନେ ଆବଶ୍ୟକ ମାତ୍ରାଠାରୁ ଅଧିକ ଲୁଣ ଖାଇଥାନ୍ତି । ଏଠାରେ ପ୍ରତିବ୍ୟକ୍ତି ଦିନକୁ ୩୪୦୦ ମିଲିଗ୍ରାମ ଲୁଣ ଖାଇଥାନ୍ତି । ଏହାର କାରଣ ହେଉଛି ଏଠାକାର ଅଧିକାଂଶ ଲୋକ ପ୍ୟାକେଡ ଖାଦ୍ୟ ଖାଇଥାନ୍ତି । ଯାହା ଶରୀର ପାଇଁ ଖୁବ କ୍ଷତିକାରକ ।

Leave a Reply