spot_img

Latest Posts

ଜାଣନ୍ତୁ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଘରୁ ବାହାରିଲା କେତେ ଟଙ୍କାର ସମ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି। ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଘରୁ ବାହାରିଲା ବିଭିନ୍ନ ସହରରେ ୧୦ଟି ଦାମିକିଆ ଫ୍ଲାଟ। ଭୁବନେଶ୍ଵର, ଝାରସୁଗୁଡ଼଼ାରେ ଏହି ପ୍ଲାଟ ରହିଛି। ୭ଟି ପ୍ଲଟ ମଧ୍ୟ ଠାବ ହୋଇଛି। ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ଯାଙ୍କ ଓ ବୀମା ଜମା, ପ୍ରାୟ ଦେଢ କେଜି ସୁନା, ୬ ଲକ୍ଷରୁ ଅଧିକ ନଗଦ ଟଙ୍କା ମିଳିଛି। ଗୋଟିଏ ଦାମି ମର୍ସିଜିଜ ଓ କିଆ କାର। ରୋଲେକ୍ସ ପରି ଦାମି ବ୍ରାଣ୍ଡର ୧୩ ଲକ୍ଷ ଟଙ୍କା ମୂଲ୍ୟର ଅନେକ ଘଣ୍ଟା ମିଳିଛି। ଶତାଧିକ ସଂଖ୍ଯା ହଳ ଯୋତା, ଝିଅର ମେଡିିକାଲ ପାଠପଢା ଲାଗି ଖର୍ଚ୍ଚ କରିଛନ୍ତି ୮୦ ଲକ୍ଷ ଟଙ୍କା। ଆମେରିକା, ଥାଇଲାଣ୍ଡ, ଭିଏତନାମ, ୟୁଏଇ, କାନାଡା, ମେକ୍ସିକୋ, ମାଲେସିଆ ଓ ସିଙ୍ଗାପୁର ପରି ଦେଶର ବିଦେଶୀ ଟଙ୍କା ମିଳିଛି।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସକାଳୁ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଘରେ ଚଢାଉ ଜାରି ରଖିଛି ଭିଜିଲାନ୍ସ। ଭୁବନେଶ୍ଵର, କଟକ ଓ ଝାରସୁଗୁଡ଼ା ସମେତ ୯ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ। ଚଢାଉରେ ୪୦ରୁ ଅଧିକ ଅଧିକାରୀ ସାମିଲ ହୋଇଛନ୍ତି। ୧୨ ଡିଏସପି, ୧୨ ଇନ୍ସପେକ୍ଟର ଓ ୧୬ ଜଣ ଏଏସଆଇଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଚାଲିଛି ବିଭିନ୍ନ ସ୍ଥାନରେ ରେଡ୍।

ଭୁବନେଶ୍ଵର ନୟାପଲ୍ଲୀ ଅର୍ପଣ ଆପାର୍ଟମେଣ୍ଟରେ ଥିବା ବାସଭବନରେ ଚାଲିଛି ରେଡ। ଏହାସହ ଭୁବନେଶ୍ଵର କସମୋପଲିସରେ ଥିବା ଦୁଇଟି ଫ୍ଲାଟ, ଝାରସୁଗୁଡ଼ାରେ ଥିବା ଆଶିଆନା ଆପାର୍ଟମେଣ୍ଟରେ ଥିବା ୩ଟି ଫ୍ଲାଟ ଏବଂ କଟକ ଆଠଗଡରେ ଥିବା ପୈତୃକ ଘର ଏବଂ ଜଣେ ସମ୍ପର୍କୀୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ।ଭୁବନେଶ୍ଵର ନୟାପଲ୍ଲୀ ନୀଳକଣ୍ଠନଗରରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ କରୁଛି।

Latest Posts

Don't Miss