’ଗଦର-୨’ର ସଫଳତା ପରେ ଫିସ୍ ବଢ଼ାଇଲେ ସନ୍ନି, ଜାଣନ୍ତୁ ଗୋଟିଏ ଫିଲ୍ମ ପାଇଁ କେତେ ଟଙ୍କା ନେବେ ପାରିଶ୍ରମିକ

1 min read

ମୁମ୍ବାଇ: ବକ୍ସ ଅଫିସରେ ବେବାଲ ମଚାଉଛି ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ’ଗଦର-୨’ । ୫ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ଏହି ଫିଲ୍ମ । ସନ୍ନିଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି । ଆଗାମ ଦିନରେ ସନ୍ନିଙ୍କ ଅନେକ ଫିଲ୍ମର ସିକ୍ବେଲ ୨ ଆସିବା ନେଇ ପ୍ରଯୋଜକମାନେ ଯୋଜନା ପ୍ରସ୍ତୁତ କରୁଛନ୍ତି । ତେବେ ସନ୍ନି ଦେଓଲ ଆଗାମି ଫିଲ୍ମ ଗୁଡ଼ିକରେ ନିଜର ଫିସ ବଢ଼ାଇବେ ବୋଲି କୁହାଯାଉଛି । ସଲମାନ ଶାହାରୁଖ ଗୋଟିଏ  ଫିଲ୍ମ ପାଇଁ ଅଧିକ ପାରିଶ୍ରମିକ ନେଇଉଥିବାବେଳେ ସନ୍ନି ମଧ୍ୟ ଅଧିକ ଟଙ୍କା ନେବେ ବୋଲି କୁହାଯାଉଛି ।

ନିକଟରେ ଜଣେ ପ୍ରଯୋଜକ ସନ୍ନିଙ୍କ ସହ ଏକ ଫିଲ୍ମ ପାଇଁ କଥା ହୋଇଥିବାବେଳେ ସେ ୫୦ କୋଟି ନେଲେ ଫିଲ୍ମ ସାଇନ କରିବେ ବୋଲି କହିଛନ୍ତି । ପ୍ରଯୋଜକ ଗଣମାଧ୍ୟମକୁ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଯଦି ସନ୍ନି ୫୦ କୋଟି ନିଅନ୍ତି ତାହେଲେ ସଲମାନ ଏବଂ ଶହାରୁଖଙ୍କ ସହ ଟକ୍କର ଦେବା ପାଇଁ ପ୍ରସ୍ତୁତ ହୋଇଛନ୍ତି ବୋଲି ପ୍ରଂଶସକମାନେ କହିଛନ୍ତି ।