ମୋବାଇଲ ସ୍କ୍ରିନ ଏବଂ ବ୍ୟାଙ୍କ୍‌ ନୋଟରେ ୨୮ ଦିନ ରହିପାରୁଛି କରୋନା ଭୂତାଣୁ

କରୋନା ଭୂତାଣୁ କୌଣସି ସ୍ଥାନରେ ମଧ୍ୟ ରହିପାରେ । ତେଣୁ ଏହା କବଳରୁ ବଞ୍ଚିବାକୁ ହେଲେ ସରକାରଙ୍କ ଗାଇଡଲାଇନ୍ସକୁ ମାନିବାକୁ ପଡ଼ିବ । ନିକଟରେ କରୋନା ଭୂତାଣୁର ସକ୍ରିୟତାକୁ ନେଇ ଗବେଷକ ଏକ ଆଶ୍ଚର୍ଯ୍ୟ କରିବା ଭଳି କଥା କହିଛନ୍ତି । ବେଜ୍ଞାନିକଙ୍କ କହିବା ଅନୁସାରେ ଷ୍ଟେନଲେସ ଷ୍ଟିଲ, ଫୋନ ସ୍କ୍ରିନ, କାଚ, ପ୍ଲାଷ୍ଟିକ ଏବଂ ବ୍ୟାଙ୍କ ନୋଟରେ କରୋନା ଭୂତାଣୁ ୨୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ । ଏଭଳି ପରିସ୍ଥିତିରେ ଯଦି କେହି ଏସବୁ ସଂସ୍ପର୍ଶରେ ଆସନ୍ତି ତେବେ କରୋନା ସଂକ୍ରମିତ ହୋଇ ପାରନ୍ତି ।

ଏହା ପୂର୍ବରୁ କରୋନା ଭୂତାଣୁ ମୋବାଇଲ ସ୍କ୍ରିନ ଏବଂ ବ୍ୟାଙ୍କ ନୋଟ ଆଦିରେ ପ୍ରାୟ ୩ରୁ ୭ ଦିନ ସକ୍ରିୟ ରହୁଥିବା ଗବେଷକମାନେ କହିଥିବା ବେଳେ ଏବେ ଏହି ଭୂତାଣୁ ୨୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହୁଥିବା ଅଷ୍ଟ୍ରେଲିୟାଇ ଏଜେନ୍ସି ସିଏସଆଇଆରଓ କହିଛନ୍ତି । ଅବଶ୍ୟ ଗବେଷଣାରୁ ଏହା ଜଣାପଡ଼ିଛି କି ଥଣ୍ଡା ସ୍ଥାନ ବ୍ୟତୀତ ଅଧିକ ତାପମାତ୍ରା ଥିବା ସ୍ଥାନରେ ଏହି ଭୂତାଣୁ କମ ସମୟ ଜୀବିତ ରହିପାରୁଛି ।

୨୦ ଡିଗ୍ରୀ ସେଲସିୟସରେ ଏହା ୨୮ ଦିନ ସକ୍ରିୟ ରହୁଥିବା ବେଳେ ୩୦ ଡିଗ୍ରୀ ତାପମାତ୍ରାରେ ଏହା ୭ ଦିନ ଓ ୪୦ ଡିଗ୍ରିରେ ଏହା ୨୪ ଘଣ୍ଟା ମଧ୍ୟରେ ଏହାର ମୃତ୍ୟୁ ଘଟୁଛି । ତେବେ ଏଭଳି ପରିସ୍ଥିତିରୁ ବଞ୍ଚିବାକୁ ହେଲେ ସାମାଜିକ ଦୂରତା ରଖିବା ସହିତ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ନିତାନ୍ତ ଜରୁରୀ ।

Leave a Reply