ଗାମୁଛାରେ କେତେଦିନ ଆକ୍ଟିଭ ରହେ କରୋନା ଭାଇରସ ? ଜାଣନ୍ତୁ ଏହାକୁ କେମିତି ଧୋଇବେ…
ଭାରତରେ କରୋନାଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଯେଉଁଥିପାଇଁ ଦେଶରେ ଲକ୍ଡାଉନ ଜାରି ରହିଛି । ଏହି ଭୁତାଣୁ ବିସ୍ତାର ହେତୁ ଲୋକମାନେ ଏତେ ଭୟଭୀତ ହେଲେ ଯେ ମାସ୍କ, ସାନିଟାଇଜର ଭଳି ଜିନିଷ ଦୋକାନରୁ ବୋହି ନେଇଥିଲେ । ଇତି ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦୀ ନିଜର ଗାମୁଛାକୁ ମାସ୍କ ଭାବରେ ବ୍ୟବହାର କରିବାର ଏକ ଉପାୟ ଦେଇଛନ୍ତି । ଅନେକ ଲୋକ ଘରେ ମାସ୍କ ତିଆରି କରି ଯାହା ସେମାନେ ବାରମ୍ବାର ଧୋଇବା ପରେ ପିନ୍ଧନ୍ତି | କିନ୍ତୁ ପ୍ରଶ୍ନ ଉଠିଛି ଏହା କେତେ ସୁରକ୍ଷିତ ? ଆପଣ ଜାଣିଛନ୍ତି କି ପୋଷାକ ଉପରେ କେତେ ଦିନ କରୋନା ଭାଇରସ୍ ଆକ୍ଟଭ ରହିଥାଏ ? ଏବଂ ଆପଣ ଏହାକୁ କିପରି ଧୋଇବେ ? ତବେ ଆଜି ଆମେ ଆପଣଙ୍କର ଏସବୁ ପ୍ରଶ୍ନର ଉତ୍ତର ଦେବୁ ।
ପୋଷାକ ଉପରେ ଭୁତାଣୁ ବଞ୍ଚିବା ଉପରେ କୌଣସି ପରୀକ୍ଷା ହୋଇନାହିଁ
ପୋଷାକରେ ଥିବା ଭୁତାଣୁ କେତେ ଦିନ ଜୀବିତ ରହିପାରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସାଧାରଣତଃ, ଓଦା ଥିବା ସ୍ଥାନରେ ଭୂତାଣୁ ସକ୍ରୀୟ ହୋଇଥାଏ । ପୋଷାକରେ ଝାଳ କିମ୍ବା ବର୍ଷା ଦ୍ୱାରା ଆର୍ଦ୍ରତା ସୃଷ୍ଟି କରିପାରେ। ମୁହଁରେ ବନ୍ଧା ହୋଇଥିବା ଗାମୁଛା କିମ୍ବା ମାସ୍କରେ ଆମର ନିଜ ନିଶ୍ୱାସ ଯୋଗୁଁ ଆର୍ଦ୍ରତା ରହିଥାଏ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ମାସ୍କ, କିମ୍ବା ଅନ୍ୟାନ୍ୟ କପଡ଼ା କରୋନା ଜୀବାଣୁ ଦ୍ୱାରା ସଂକ୍ରମିତ ହୁଏ, ତେବେ କେତେ ଦିନ ଜୀବାଣୁ ଜୀବନ୍ତ ରହିପାରିବେ ତାହା ଏକ ବଡ ପ୍ରଶ୍ନ ।
କରୋନା ୨୪ ଘଣ୍ଟା ପର୍ଯ୍ୟନ୍ତ ପୋଷାକ ଉପରେ ରହିପାରିବ !
ନିକଟରେ ନ୍ୟୁୟର୍କ ଟାଇମ୍ସରେ ତାରା ପାର୍କରଙ୍କ ଦ୍ୱାରା ଲିଖିତ ଏକ ଆର୍ଟିକଲ ଥିଲା ଯେଉଁଥିରେ ସେ ଜଣେ ଡାକ୍ତର, ବୈଜ୍ଞାନିକ ଏବଂ ଶିଶୁ ସଂକ୍ରମଣ ବିଶେଷଜ୍ଞଙ୍କ ସହ କଥା ହୋଇଥିଲେ । ସେହି ଆର୍ଟିକିଲ୍ ଅନୁଯାୟୀ, କାର୍ଡବୋର୍ଡ ଏବଂ କପଡା ମଧ୍ୟରେ ବହୁ ସାମଞ୍ଜସ୍ୟ ରହିଛି । କାରଣ ଉଭୟଙ୍କର ମଧ୍ୟରେ ଫାଇବର ମାତ୍ରା ରହିଛି । ଅର୍ଥାତ୍, କରୋନା ଭାଇରସ୍ କାର୍ଡବୋର୍ଡରେ କେତେ ଯେତିକି ଦିନ ଜୀବିତ ରହିପାରେ, ସେତିକି ଦିନ ପୋଷାକ ଉପରେ ମଧ୍ୟ ଜୀବିତ ରହିପାରେ । ଯଦି ଆମେ କହିବା ୨୪ ଘଣ୍ଟା ପର୍ଯ୍ୟନ୍ତ ଭୁତାଣୁ କପଡ଼ା ଉପରେ ରହିପାରିବ । ତଥାପି, ଏ ବିଷୟରେ କୌଣସି ଅଧ୍ୟୟନ କରାଯାଇ ନାହିଁ, ଏହା କେବଳ ଏକ ଅନୁମାନ ।
ଏବେ ପ୍ରଶ୍ନ ହେଉଛି ଏହାକୁ କିପରି ଧୋଇବେ
ବାସ୍ତବରେ, ଅଧିକାଂଶ ଲୋକ ସର୍ଫରେ ପୋଷାକ ଧୋଇଥା’ନ୍ତି । ଲୋକେ ଭାବନ୍ତି ଯେ ସର୍ଫ ଦ୍ୱାରା ସଫା କଲେ ଭୂତାଣୁ ସହ ମଇଳା ମଧ୍ୟ ବାହାରିଯାଇଥାଏ । କିନ୍ତୁ କରୋନା କ୍ଷେତ୍ରରେ ଏହା ହୋଇନଥାଏ । ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଆପଣଙ୍କ ପୋଷାକ କିପରି ଧୋଇବ ତାହା ବର୍ଣ୍ଣନା କରିଛି । ଏହି ଅନୁଯାୟୀ, ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି, ତେବେ ଆପଣଙ୍କୁ ପୋଷାକକୁ ଗରମ ପାଣିରେ ଧୋଇବାକୁ ପଡିବ । ଗରମ ଅର୍ଥ ପୁରା ଗରମ ନୁହେଁ ମାନେ ଯେତିକି ଗରମ ପୋଷାକ ସହିପାରିବ । ଯଦି ଆପଣଙ୍କୁ କୌଣସି କାରଣରୁ ଡାକ୍ତରଖାନା ଯିବାକୁ ପଡିବ, ତେବେ ସେଠାରୁ ଫେରି ଗରମ ପାଣିରେ ପୋଷାକ ଧୋଇ ଦିଅନ୍ତୁ ।
ମାସ୍କ କିମ୍ବା ଗାମୁଛାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ
ଆମେ ମାସ୍କ ବ୍ୟବହାର ପରେ ଆମେ ଏହାକୁ ପକାଉ ନାହୁଁ । ବରଂ ଏହାକୁ ବାରମ୍ବାର ବ୍ୟବହାର କରୁ । ଯେତେବେଳେକି ମାସ୍କକୁ ଥରେ ବ୍ୟବହାତ କରିବା ଉଚିତ୍ । ଏପରି ପରିସ୍ଥିତିରେ, ଗାମୁଛା ଏବଂ ଘରେ ତିଆରି ମାସ୍କ ସଂକ୍ରମଣର କାରଣ ହୋଇପାରେ । ତେଣୁ ସିଡିସି ନିର୍ଦ୍ଦେଶ ଅନୁଯାୟୀ କପଡ଼ା ମାସ୍କକୁ ଗରମ ପାଣିରେ ଧୋଇ ଦିଅନ୍ତୁ । ଏହା ମଧ୍ୟ ମନେରଖନ୍ତୁ ଯେ ସେହି ପୋଷାକକୁ ସଠିକ୍ ଭାବରେ ଖରାରେ ୫ରୁ ୬ଘଣ୍ଟା ପର୍ଯ୍ୟନ୍ତ ଶୁଖାନ୍ତୁ ।