ଋଷର କରୋନା ଟିକା ସ୍ପୁଟନିକ୍-ଭି ନେଇଥିବା ପୁଟିନଙ୍କ ଝିଅ ଏବେ କେମିତି ଅଛନ୍ତି ?

1 min read

ମସ୍କୋ: ବିଶ୍ୱର ପ୍ରଥମ କରୋନା ଟିକା ସ୍ପୁଟନିକ୍-ଭି ଉଦ୍ଭାବନ କରିଛି ଋଷ । ଋଷର ଏଭଳି ଦାବିକୁ ଆମେରିକା ଭଳି ଦେଶ ମାନୁନାହାନ୍ତି । କିନ୍ତୁ ଋଷର ନିଜ ଟିକା ଉପରେ ଏତେ ଭରସା ଯେ ,ଏହାର ରାଷ୍ଟ୍ରପତିଙ୍କ ଝିଅ ଏହି ଟିକା ନେଇଛନ୍ତି ।  ରାଷ୍ଟ୍ରପତି ପୁଟିନ୍ କହିଛନ୍ତି ଯେ,ଏହି ଟିକା କାରଣରୁ ତାଙ୍କ ଝିଅ ସୁସ୍ଥ ଓ ସୁରକ୍ଷିତ ଅନୁଭବ କରୁଛି । ଋଷର ସରକାରୀ ଚ୍ୟାନେଲ ଋଷିଆ ୱାନକୁ ଦେଇଥିବା ସାକ୍ଷାତକାରରେ ସେ ଏମିତି କହିଥିଲେ ।

putin daughter

ପୁଟିନ କହିଥିଲେ ଯେ, ତାଙ୍କ ଝିଅ ନିଜ ଇଚ୍ଛାରେ ଟିକା ନେଇଛନ୍ତି । ତେବେ ଏଠି ଜାଣିବା କଥା ଯେ, ପୁଟିନଙ୍କର ଦୁଇ ଝିଅଙ୍କ ମଧ୍ୟରୁ କେଉଁ ଝିଅ ଟିକା ନେଇଛନ୍ତି ସେ କିଛି କହିନାହାନ୍ତି । ଋଷ ଅନୁସାରେ ସ୍ପୁଟନିକ୍-ଭିର ପ୍ରି-କ୍ଲିନିକାଲ ଓ କ୍ଲିନିକାଲ ଟ୍ରାଏଲ ମାନବ ଓ ପଶୁଙ୍କ ଉପରେ ସଫଳ ହୋଇଥିଲା । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ । ଆମେରିକାର ଜଣେ ବରିଷ୍ଠ ଅଧିକାରୀ ତ’ ଏହା ମଧ୍ୟ କହିଥିଲେ  ଯେ,ଆମେ ଏଭଳି ଟିକା ମାଙ୍କଡମାନଙ୍କୁ ଦେଇଥାଉ ।

putin daughter

ପୁଟିନ୍ କହିଛନ୍ତି ଯେ, ଆମେ ବୈଜ୍ଞାନିକ ଏଭଳି ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛନ୍ତି ଯାହା କରୋନା ବିରୋଧରେ ମଣିଶ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ । ସେମାନଙ୍କ ଶରୀରରେ ଆଣ୍ଟିବଡି ତିଆରି କରିଥାଏ । ଯେମିତି ମୋ ଝିଅ ମାମଲାରେ ହୋଇଛି । ସ୍ପୁଟନିକ୍ ଭ୍ୟାକ୍ସିନ୍ ସଂପୂର୍ଣ୍ଣ ଭାବେ  ସୁରକ୍ଷିତ । ଇଶ୍ୱରଙ୍କ କୃପାରୁ ମୋ ଝିଅ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ।

putin daughter

ପୁଟିନ୍ କହିଛନ୍ତି ଯେ, ମୋ ଝିଅ ବୟସ୍କ । ସେ ଭଲ ମନ୍ଦ କ’ଣ ଜାଣିଛି । ସେ ନିଜେ ହିଁ ଭ୍ୟାକ୍ସିନ୍ ନେବାକୁ ନିଷ୍ପତି ନେଇଥିଲା । ତା’ ଉପରେ କୌଣସି ଚାପ ନଥିଲା । ଭ୍ୟାକ୍ସିନ୍ ନେବା ପରେ ପ୍ରଥମ ଦିନ ତା’ ଶରିରର ତାପମାତ୍ରା ୩୮.୪ ଫାରେନହାଇଟ୍ ଥିଲା । ଦ୍ୱିତୀୟ ଦିନ ଏହା ୩୭ ଡିଗ୍ରିକୁ କମିଥିଲ ।ଏହାର ୨୧ ଦିନ ପରେ ତାକୁ ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ଦିଆଯାଇଥିଲା । ଏହା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।

putin daughter

ସୂଚନାଯୋଗ୍ୟ ଯେ, ଋଷ ବିଶ୍ୱର ପ୍ରଥମ କରୋନା ଟିକା ସ୍ପୁଟନିକ୍-ଭି ତିଆରି ରିଥିବା ଦାବି କରୁଛି । ମସ୍କୋର ଗାମାଲେୟା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟରରେ ଏହି ଟିକା ଉପରେ ଗବେଷଣା ଚାଲିଥିଲା । ପୁଟିନ୍ ମଧ୍ୟ ଋଷର ଦ୍ୱିତୀୟ କରୋନା ଭାଇରସ ଟିକା ବାବଦରେ ସୂଚନା ଦେଇଛନ୍ତି  । ସେ କହିଛନ୍ତି ଯେ, ସେପ୍ଟେମ୍ବର ମାସ ସୁଧ୍ୟା ଆମର ଦ୍ୱିତୀୟ ଭ୍ୟାକ୍ସିନ୍ ବଜାରକୁ ଆସିଯିବ । ଏହାକୁ ନୋଭୋସିବସ୍କ ସ୍ଥିତ ଭେକ୍ଟର ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ତିଆରି କରିଛନ୍ତି । ସ୍ପୁଟନିକ୍-ଭି ଭଳି ଏହା ମଧ୍ୟ ସଫଳ ହେବ ବୋଲି ସେ କହିଛନ୍ତି ।

 

Leave a Reply