ଛୋଟପିଲାଙ୍କୁ କରୋନା ହେଲେ ଜାଣିବେ କେମିତି ?

1 min read

ଭାରତରେ ଭୟାନକ ମହାମାରୀ ସୃଷ୍ଟି କରୁଛି ନୂଆ ନୂଆ ଅଧ୍ୟାୟ । ଏହି ଅଧ୍ୟାୟର ପ୍ରତ୍ୟେକ ପୃଷ୍ଠାରେ ଲେଖାହେଉଛି ଅସଂଖ୍ୟ ମୃତ୍ୟୁର କାହାଣୀ । ଡାକ୍ତରଙ୍କ ଅନୁସାରେ ବର୍ତମାନ ଛୋଟ ପିଲାଙ୍କୁ ଆୟତ୍ତରେ ନେଲାଣି କରୋନା । ଆଉ ଛୋଟପିଲାଙ୍କ ଭିତରେ କରୋନା ମହାମାରୀ ଲକ୍ଷଣ ଜାଣିବା କାଠିକର ପାଠ ହୋଇପଡୁଛି । କିଛି ପିଲାଙ୍କ ଭିତରେ କରୋନା ଥାଇ ବି ଲକ୍ଷଣ ଜଣାପଡୁନି ତ ଆଉ କିଛି ପିଲାଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଲକ୍ଷଣ ଦେଖାଯାଉଛି । ତେଣୁକରି ନିଜ ପିଲାଙ୍କୁ ମହାମାରୀଠୁ କେମିତି ବଂଚାଇବେ ତାହା ପରିବାର ଲୋକଙ୍କୁ ଚିନ୍ତାରେ ପକାଇଲାଣି । ହଁ ଏହି ମହାମାରୀର ଦ୍ୱିତୀୟ ଲହର ଏବେ ଜଙ୍ଗଲର ନିଆଁ ଭଳି ବ୍ୟାପୁଛି । ଆଉ ସେହି ନିଆଁରେ ବୟସ୍କ,ଯୁବଗୋଷ୍ଠୀ ଓ ଛୋଟପିଲା ସମସ୍ତଙ୍କୁ ଜାଳି ପାଉଁଶ କରିଦେଉଛି । ପ୍ରଥମ ଲହର ସମୟରେ ବିଶେଷ ଭାବେ ବୟସ୍କ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରୁଥିଲା ଏହି ମହାମାରୀ । କିନ୍ତୁ ବର୍ତମାନ ନା ବୟସର ଅନ୍ତର ନା ହିଁ ପିଢିର ବ୍ୟବଧାନ । କିଛି ଦେଖୁନାହିଁ ଏହି ପ୍ରଳୟଙ୍କରୀ ମହାମାରୀ । ତେଣୁକରି ସାବଧାନ ହେଇଯାଆନ୍ତୁ ଓ ପିଲାଙ୍କ ଭିତରେ କେଉଁ ସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନେବେ ସେ ବିଷୟରେ ଜାଣିରଖନ୍ତୁ ।

ଛୋଟପିଲାଙ୍କୁ ଟାର୍ଗେଟ କରୁଥିବା କରୋନା ଭୟଙ୍କର ରୂପ ଧାରଣ କରିବା ପୂର୍ବରୁ ତାର ଚିହ୍ନଟ କରିବା ଆବଶ୍ୟକ । ଏଥିପାଇଁ କେନ୍ଦ୍ରସରକାର  MyGovIndiaରେ  କିଛି ନିର୍ଦ୍ଧିଷ୍ଟ ସୂଚନା ଜାରୀ କରିଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ,ସାମାନ୍ୟ ଜ୍ୱର,ଥଣ୍ଡା,କାଶ,ନିଶ୍ୱାସ ନେବାରେ ଅସୁବିଧା ହେଲେ,ଶରୀରର ମାଂସପେଶୀରେ କଷ୍ଟ ଅନୁଭବ ହେଲେ,ଦୁର୍ବଳ ଲାଗିଲେ ଓ ଖାଦ୍ୟର ସ୍ୱାଦ ବାରିନପାରିଲେ ଏହା କରୋନାର ପ୍ରମୁଖ ଲକ୍ଷଣ ବୋଲି ଜାଣିନେବେ । ହେଲେ ଏହିସବୁ ଲକ୍ଷଣ ବ୍ୟତୀତ କିଛି ପିଲାଙ୍କୁ ପେଟ ଓ ଛାତିଯନ୍ତ୍ରଣା ସହ ଜଡିତ ସମସ୍ୟା ମଧ୍ୟ ଦେଖାଯାଉଛି । ଆଉ ତାସହ କିଛି ଅସମାନ୍ୟ ଲକ୍ଷଣ ମଧ୍ୟ ପରିଲକ୍ଷିତ ହେଉଛି । ଏହିସବୁ ଲକ୍ଷଣ ଯେ କୈାଣସି ବୟସର ଛୋଟପିଲାଙ୍କ ଭିତରେ ଦେଖାଯିବାର ସମ୍ଭାବନା ରହିଛି ।
ଏକ ରିସର୍ଚ ମୁତାବିକ,ପିଲାମାନଙ୍କ ଭିତରେ ମଲ୍ଟି ସିଷ୍ଟମ ଇନଫ୍ଲାମେଣ୍ଟରୀ ନାମକ ଏକ ନୂଆ ସିଣ୍ଡ୍ରମ ଦେଖିବାକୁ ମିଳୁଛି ।

 

ଏହା କୈାଣସୀ ରୋଗ ନୁହେଁ ବରଂ କିଛି ଲକ୍ଷଣ ଉପରେ ହିଁ ଆଧାରିତ ଏକ ସିଣ୍ଡ୍ରୋମ । ସାଧାରଣତଃ ଯେଉଁ ପିଲା କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ହେଉଛନ୍ତି ସେମାନଙ୍କ ଭିତରେ ଜ୍ୱର,ଥଣ୍ଡା ଓ ଶ୍ୱାସଜନିତ ଲକ୍ଷଣ ଦେଖିବାକୁ ମିଳୁଛି । କିନ୍ତୁ ଯେଉଁ ପିଲାମାନେ ମଲ୍ଟି ସିଷ୍ଟମ ଇନଫ୍ଲାମେଣ୍ଟରୀ ସିଣ୍ଡ୍ରୋମରେ ପିଡିତ ରହୁଛନ୍ତି ସେମାନଙ୍କୁ ଛାତିରେ କଷ୍ଟ,ରକ୍ତ ସଂଚାଳନରେ ବାଧକ,ପାଚନ ତନ୍ତ୍ରରେ ଅନିୟମିତତା ,ଶରୀର ଓ ଆଖିରେ ଇନଫେକସନ୍ ହେବା ଭଳି ଲକ୍ଷଣ ଦେଖାଯାଉଛି । ତେବେ ଯଦି ଛୋଟ ପିଲାଙ୍କ ଭିତରେ ମଲ୍ଟି ସିଷ୍ଟମ ଇନଫ୍ଲାମେଣ୍ଟରୀ ସିଣ୍ଡ୍ରୋମର ସାମାନ୍ୟ ଲକ୍ଷଣ ବି ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ତାଛଡା ଯଦି ଆପଣଙ୍କ ପରିବାରରେ କେହି କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ ତେବେ ଘରେ ପିଲାମାନଙ୍କର ବି ଟେଷ୍ଟ ତୁରନ୍ତ କରାଇନିଅନ୍ତୁ ।  ହୁଏତ ସଂକ୍ରମଣ ପିଲାମାନଙ୍କ ଦେହକୁ ବି ବ୍ୟାପିଯାଇପାରେ । ଆଉ ଯଦି ପିଲାମାନଙ୍କ ଭିତରେ କେବଳ କାଶ,ଗଳାରେ ଯନ୍ତ୍ରଣା,ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ଅଛି ତାହାଲେ ଯାଂଚ ନ କରି ପିଲାଙ୍କୁ ହୋମ ଆଇସୋଲେସନରେ ମଧ୍ୟ ରଖିପାରିବେ । ହେଲେ ପିଲାଙ୍କୁ ଯଦି ଜ୍ୱର ଆସୁଛି ତାହାଲେ ପ୍ରତି ୪ରୁ ୬ ଘଣ୍ଟା ବ୍ୟବଧାନରେ ପାରାସିଟାମଲ୍ ୧୦ରୁ ୧୫ ଏମ୍ ଜି ଦେଇପାରିବେ । ତାସହ ଗରମ ପାଣିରେ ଟିକିଏ ଲୁଣ ପକାଇ ଗାର୍ଗେଲିଙ୍ଗ କରିପାରିବେ । ତାଛଡା ପିଲାଙ୍କୁ ଘରେ ସୁଷମ ଖାଦ୍ୟ ଖାଇବାକୁ ଦେବେ ବାହାରର ଖାଦ୍ୟ ଓ ବହୁଳ ତେଲ ବ୍ୟବହୃତ ଖାଦ୍ୟକୁ ସଂମ୍ପୂର୍ଣ୍ଣ ରପେ ବନ୍ଦ କରିବେ । ଆପଣମାନେ ବର୍ତମାନର ହସ୍ପିଟାଲ,ଅକ୍ସିଜେନ ଅଭାବ ଓ ଆଇସିୟୁର ଅଭାବ ଭଳି ଦୃଶ୍ୟ ତ ଦେଖିବାକୁ ପାଉଛନ୍ତି । ତେଣୁକରି ଧ୍ୟାନ ରଖନ୍ତୁ ବିଶେଷ ଜରୁରୀ ନଥିଲେ ହସ୍ପିଟାଲ ଯାଆନ୍ତୁ ନାହିଁ । ବରଂ ଡାକ୍ତରଙ୍କ ସହ ପରାମର୍ଶ କରି ଘରେ ହିଁ ଚିକିତ୍ସିତ ହେବାକୁ ଚେଷ୍ଟାକରନ୍ତୁ ।

Leave a Reply