କେମିତି ହେଲା ସାରିକା ସାଏଙ୍କ ମୃତ୍ୟୁ, ସସପେନ୍ସ ବଢ଼ାଇଲା ହ୍ୱାଟ୍ସଆପ୍ ଷ୍ଟାଟସ୍

ବଲାଙ୍ଗିରର: କେମିତି ହେଲା ବଲାଙ୍ଗିରର ବୀମା ଏଜେଣ୍ଟ ସାରିକା ସାଏଙ୍କ ମୃତ୍ୟୁ । ସସପେନ୍ସ ବଢ଼ାଇଲା ହ୍ୱାଟ୍ସଆପ୍ ଷ୍ଟାଟସ । ମୃତ୍ୟୁ ପୂର୍ବରୁ ଜଣେ ବାନ୍ଧବୀଙ୍କ ସହ ସେୟାର କରିଥିଲେ ଫଟୋ । ଏଥିସହ ଲେଖିଥିଲେ ଇମୋସନାଲ ହିନ୍ଦି ସାଏରୀ । ଏଲଆଇସି ଏଜେଣ୍ଟ ସାରିକା ସାଏଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢୁଛି । ଖୁଜେନପାଲି ରେଳ ଫାଟକ ନିକଟରେ ଯୁବତୀଙ୍କ କଟା ମୁଣ୍ଡ ସହ ମୃତଦେହ ଉଦ୍ଧାର କରିଛି ରେଳବାଇ ପୋଲିସ । ମୃତ ଦେହ ନିକଟରୁ କାର ଓ ମୋବାଇଲ ଜବତ ହୋଇଛି । ତେବେ ସାରିକାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।
ସୂଚନାଯୋଗ୍ୟ, ସାରିକାଙ୍କ ଘର ତାଲପାଳିପଡ଼ାରେ । ଜଣେ ଏଲଆଇସି ଏଜେଣ୍ଟ ଭାବେ ସେ କାର୍ଯ୍ୟ କରୁଥିଲେ । ତାଙ୍କର ମୃତ୍ୟୁକୁ ପରିବାର ଲୋକ ଆତ୍ମହତ୍ୟା କହୁଥିବା ବେଳେ ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିବା ସନ୍ଦେହ କରାଯାଉଛି । ଘଟଣାର ପାରିପାର୍ଶିକ ସ୍ଥିତି ଓ ପରିବାର ଲୋକଙ୍କ ଭୂମିକାକୁ ନେଇ ସନ୍ଦେହ କରୁଛି ପୋଲିସ।